ETV Bharat / sitara

କଂଗ୍ରେସରେ ଯୋଗଦେଲେ ଅଙ୍ଗୁରୀ ଭାବି

ଟେଲିଭିଜନ ଦୁନିଆର ପପୁଲାର ଭାବିଜୀଙ୍କୁ କିଏ ବା ଜାଣେ । 'ବିଗ ବସ'ରେ ରାଜ କରିବା ପରେ ଦର୍ଶକ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହୁଁଥିବାବେଳେ ସମସ୍ତଙ୍କୁ ଆଚମ୍ବିତ କରି କଂଗ୍ରେସରେ ଯୋଗଦେଇ ରାଜନୀତିରେ ପାଦ ରଖିଛନ୍ତି ଶିଳ୍ପା ସିନ୍ଧେ ।

author img

By

Published : Feb 6, 2019, 12:49 PM IST

ମୁମ୍ବାଇ: ଟେଲିଭିଜନ ଦୁନିଆର ପପୁଲାର ଭାବିଜୀଙ୍କୁ କିଏ ବା ଜାଣେ । 'ବିଗ ବସ'ରେ ରାଜ କରିବା ପରେ ଦର୍ଶକ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହୁଁଥିବାବେଳେ ସମସ୍ତଙ୍କୁ ଆଚମ୍ବିତ କରି କଂଗ୍ରେସରେ ଯୋଗଦେଇ ରାଜନୀତିରେ ପାଦ ରଖିଛନ୍ତି ଶିଳ୍ପା ସିନ୍ଧେ ।

ପ୍ରକାଶ ଥାଉକି, ଶିଳ୍ପା ଗତକାଲି ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସରେ ଯୋଗ ଦେବା କଥା ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଅଧକ୍ଷ ସଞ୍ଜୟ ନିରୁପମ ଓ ଚରଣ ସିଂହ ସପରା ଉପସ୍ଥିତ ରହି ଶିଳ୍ପାଙ୍କୁ ଶୁଭେଚ୍ଛା ଜଣାଇ ସ୍ବାଗତ କରିଥିଲେ ।

ବିଗ ବସ ସମୟରେ ଶିଳ୍ପାଙ୍କୁ ଦର୍ଶକଙ୍କଠାରୁ ଢେର ଭଲପାଇବା ମିଳିଥିଲା ଏବେ ଦେଖାଯାଉ ଶିଳ୍ପାଙ୍କ ଏହି ଲୋକପ୍ରିୟତା କଂଗ୍ରେସକୁ କିପରି ସାହାଯ୍ୟ କରୁଛି । ପ୍ରକାଶ ଥାଉକି, ଶିଳ୍ପା 1999ରେ ଟେଲିଭିଜନ ଜଗତରେ ଯୋଗ ଦେଇଥିଲେ । ହେଲେ 'ଭାବିଜୀ ଘର ପର ହୈ'ରେ ଅଙ୍ଗୁରୀ ଭାବିଙ୍କ ଭୂମିକା ଆଣିଦେଇଥିଲା ଶିଳ୍ପାଙ୍କୁ ଢେରସାରା ସଫଳତା । କିନ୍ତୁ କୌଣସି କାରଣବଶତଃ ଶିଳ୍ପା 2016ରେ ଏହି ଶୋ' ଛାଡି ବିଗ ବସରେ ଭାଗ ନେଇଥିଲେ ।

Intro:Body:

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସର ବ୍ୟାପକ ପ୍ରସ୍ତୁତି

କଳାହାଣ୍ଡି: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ କଂଗ୍ରେସ ସରକାର ଗଢିବା ପରେ ଏବେ ରାହୁଲଙ୍କ ଫୋକସରେ ରହିଛି ଓଡିଶା । ଏନେଇ ବୁଧବାର ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ନିଜ ଓଡିଶା ଗସ୍ତରେ ଭବାନୀପାଟଣା ଓ ରାଉରକେଲାଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଧାକୃଷ୍ଣନଗରର ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସ ଓ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ତତ୍ତ୍ବାବଧାନରେ ଭବାନୀପାଟଣାଠାରେ ସମାବେଶର ଆୟୋଜନ କରାଯାଇଛି । ସମାବେଶରେ ଯୋଗ ଦେବାକୁ ଥିବା ପ୍ରାୟ 1 ଲକ୍ଷ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଥିସହ ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି 10 ପ୍ଲାଟୁନ ପୋଲିସ ଫୋର୍ସ, 5 ପ୍ଲାଟୁନ ହୋମଗାର୍ଡ, 2ଟି ଡଗ ସ୍କ୍ବାର୍ଡ ସହ 20ଟି ହ୍ୟାଣ୍ଡ ମେଟାଲିକ ଡିଟେକ୍ଟର ଟିମ ନିୟୋଜିତ କରାଯାଇଛି । ସମାବେଶ ପାଇଁ ଥିବା 17ଟି ପ୍ରବେଶ ପଥର ଡିଏଚଏମଡି ଗେଟରେ ତନଖି ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ସମାବେଶରେ ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଭବାନୀପାଟଣାରେ ପହଞ୍ଚି ସାରିଛନ୍ତି । 2019 ନିର୍ବାଚନରେ କଂଗ୍ରେସ ପୁଣି ଶାସନକୁ ଫେରିବା ନେଇ କଂଗ୍ରେସ ଶିବିରରେ ବେଶ ଉତ୍ସାହ ଦେଖା ଦେଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.