ETV Bharat / sitara

‘ମୁଁ ପାକିସ୍ତାନରେ ପରଫର୍ମ କରିବି’

ବିବାଦ ଘେରରେ ଏବେ ଛୋଟ ପରଦାର ଫେମସ ଅଭିନେତ୍ରୀ ଶିଳ୍ପା ସିନ୍ଦେ । ମିକା ସିଂଙ୍କ ବ୍ୟାନ ଉପରେ କ୍ରୋଧିତ ହୋଇ ପାକିସ୍ତାନରେ ପରଫର୍ମ କରିବା କଥା କହି ଏବେ ସେ ଚର୍ଚ୍ଚାରେ ।

author img

By

Published : Aug 24, 2019, 9:34 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: କାଶ୍ମୀରରୁ ଧାରା 370 ହଟିବା ପରେ ପାକିସ୍ତାନ ଏବଂ ଭାରତ ପରସ୍ପର କଳାକାରଙ୍କୁ ବ୍ୟାନ ଲଗାଇଦେଇଛି । ନିକଟରେ ପାକିସ୍ତାନରେ ଗୀତ ଗାଇ ପପୁଲାର ଗାୟକ ମିକା ସିଂହ ହଟହଟା ହୋଇଥିଲେ । ପରେ ମିକାଙ୍କ ଉପରେ ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ ଏବଂ ଫେଡରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇ ବ୍ୟାନ ଲଗାଇଥିଲେ । କିନ୍ତୁ ଗତ ବୁଧବାର ଦେଶକୁ କ୍ଷମା ମାଗିବାରୁ ମିକାଙ୍କ ଉପରୁ ବ୍ୟାନ ହଟିଥିଲା ।

ଇତିମଧ୍ୟରେ ଏହି ମାମଲା ଉପରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସିନ୍ଦେ ରାଗିଯାଇଛନ୍ତି । ସେ ଏମିତି କିଛି କହିଦେଇଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି କରିଛି ।

ସେ ମିକାଙ୍କୁ ସପୋର୍ଟ କରି କହିଥିଲେ କି ଯଦି ତାଙ୍କୁ ଦେଶ ଭିଜା ଦେଉଛି ଆଉ ଯଦି ପାକିସ୍ତାନ ତାଙ୍କର ସ୍ବାଗତ କରୁଛି ତେବେ ସେ ନିହାତି ପାକିସ୍ତାନ ଯିବେ । ଜଣେ କଳାକରା ଖାଲି ଦେଶ ନୁହେଁ ବାହାରେ ମଧ୍ୟ ନିଜର ପ୍ରଦର୍ଶନ କରିପାରିବ ବୋଲି ସେ କହିଛନ୍ତି । ଏହା ତାଙ୍କ ଅଧିକାର । ତାଙ୍କୁ ପ୍ରଦର୍ଶନ କରିବାକୁ କେହି ରୋକିପାରିବେ ନାହିଁ । କୌଣସି କଳାକାରଙ୍କୁ ଆପଣ ଏମିତି ବ୍ୟାନ କରିପାରିବେ ନାହିଁ ବୋଲି ସେ ସିଧାସିଧା କହିଛନ୍ତି । ସେ ଆୟ କରିବା ପାଇଁ କୌଣସି ମାଧ୍ୟମର ଆବଶ୍ୟକ ନାହିଁ । ଯଦି ସେ ଚାହିଁବେ ତେବେ ରାସ୍ତାରେ ମଧ୍ୟ ଷ୍ଟେଜ ଲଗାଇ ତାଙ୍କ କଳାକୁ ପ୍ରଦର୍ଶନ କରିପାରିବେ । ମିକାଙ୍କୁ ଜବରଦସ୍ତି କ୍ଷମା ମାଗିବାକୁ କୁହାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଶିଳ୍ପା।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.