ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି ।
- " class="align-text-top noRightClick twitterSection" data="
">
ଏବେ ସସୁରାଲ ସିମର କା ୨ ଫେମ୍ ଟେଲିଭିଜନ ଅଭିନେତା ରାଜୀବ ପଲ୍ କୋରୋନା ପଜିଟିଭ୍ ବୋଲି ଜଣାପଡିଛନ୍ତି । ସଂକ୍ରମିତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଭିନେତା ନିଜେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି ।
ରାଜୀବ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ପରିସ୍ଥିତି ଖରାପ ହେବା ପୂର୍ବରୁ ଡାକ୍ତରଙ୍କ ପାଖକୁ ଯିବା ଉଚିତ । ଥଣ୍ଡା ଜ୍ବର ଛାଡୁନଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।