ହାଇଦ୍ରାବାଦ: ବାସ୍ ଦିନକର ଅପେକ୍ଷା । ଆରମ୍ଭ ହେଉଛି ବିଗବସର 13ତମ ସିଜିନ୍ । ‘ଡ୍ୟାନ୍ସ ଦିୱାନେ’ର ଫିନାଲେରେ ସଲମାନ ଦେଖାଇବେ ନୂଆ ବିଗବସ ହାଉସ । ପ୍ରତିଯୋଗୀଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କେବଳ ଦୁଇଜଣଙ୍କୁ ଛାଡି ଅନ୍ୟ କୌଣସି ନାମ ଦୃଢୋକ୍ତି ଦିଆଯାଇନାହିଁ ।
ତେବେ ଏଥରକ ବିଗବସ ହାଉସକୁ ନେଇ ଅଧିକ ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଛି । ନୂଆ ସେଟ୍ ସହ ନୂଆ ସ୍ଥାନରେ ଏହାକୁ ନିର୍ମାଣ କରାଯାଇଛି । ତେବେ ‘ଡ୍ୟାନ୍ସ ଦିୱାନେ’ ଫିନାଲେରେ ମାଧୁରୀଙ୍କୁ ହାଉସ ଦେଖାଇବେ ସଲମାନ ଓ ସେଠି ଡ୍ୟାନ୍ସ ମଧ୍ୟ କରିବେ ଭାଇଜାନ ।
‘ବଜରଙ୍ଗୀ ଭାଇଜାନ’ର ଗୀତ ‘ଆଜ୍ କି ପାର୍ଟୀ ମେରି ତରଫ୍ ସେ’ରେ ନାଚିବେ ଦୁହେଁ । ତେବେ ବିଗବସ ପକ୍ଷରୁ ଏହାର ପ୍ରୋମୋକୁ ରିଲିଜ କରାଯାଇଛି । ଏଥରକ ବିଗବସର ଫିନାଲେର ତାରିଖ ଘୋଷଣା କରାଯାଇଛି । 2020 ମସିହା ଜାନୁଆରୀ 4ରେ ହେବ ଗ୍ରାଣ୍ଡ ଫିନାଲେ ।