ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ପ୍ରଭାବ, ରତନଙ୍କୁ ମୁମ୍ବାଇ ଛାଡୁ ନାହାନ୍ତି ମାଆ

author img

By

Published : Jun 19, 2020, 6:57 PM IST

ଟିଭି ଅଭିନେତ୍ରୀ ରତନ ରାଜପୁତ ସୋସିଆଲ ମିଡିଆରେ ଏକ ଇମସୋନାଲ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ପରେ ମୋ ମାଆ ମୋତେ ନେଇ ଚିନ୍ତାରେ ଅଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁର ପ୍ରଭାବ, ଝିଅକୁ ମୁମ୍ବାଇ ଛାଡୁ ନାହାନ୍ତି ମାଆ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଆଡେ ଛାଇ ଯାଇଛି ଦୁଃଖର ବାଦଲ । ସମସ୍ତେ ସୁଶାନ୍ତଙ୍କୁ ମନେ ପକାଇବା ସହ ତାଙ୍କ ପାଇଁ ପୋଷ୍ଟ ମଧ୍ୟ କରୁଛନ୍ତି । ନିକଟରେ ଟିଭି ଅଭିନେତ୍ରୀ ରତନ ରାଜପୁତ ସୋସିଆଲ ମିଡିଆରେ ଏକ ଇମସୋନାଲ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ପରେ ମୋ ମାଆ ମୋତେ ନେଇ ଚିନ୍ତାରେ ଅଛନ୍ତି ।

ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ସେୟାର କରିବା ସହ କହିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସମସ୍ତଙ୍କୁ ହତବାକ୍ କରିଛି । ଏହି ଘଟଣାକୁ ନେଇ ମୋ ମାଆ ମଧ୍ୟ ଅତ୍ୟନ୍ତ ଭୟଭୀତ ହୋଇ ପଡିଛନ୍ତି । ଅନେକ ସମୟରେ ସେ ମୋତେ ଭୟଭୀତ ଦୃଷ୍ଟି ଭଙ୍ଗୀରେ ଚାହିଁ ରହୁଛନ୍ତି । ସେ ଭୟଭୀତ ଅଛନ୍ତି ଯେ ମୁଁ ହୁଏତ ସେହିଭଳି କିଛି ଯନ୍ତ୍ରଣା ଭୋଗୁଥାଇ ପାରେ ଯାହାକି ମୁଁ ତାଙ୍କ ସହ ସେୟାର କରିପାରୁନି ।

ସେ ଆହୁରି ମଧ୍ୟ କହିଛନ୍ତି, “ବେଳେବେଳେ, ସେ ମୋତେ ପଚାରନ୍ତି ଯେ ମୁଁ ଭଲ ଅଛି କି ନାହିଁ । ବର୍ତ୍ତମାନ ତାଙ୍କ ବ୍ୟବହାର ମୋତେ ଆଶ୍ଚର୍ଯ୍ୟ କରୁଛି, ସେ ଖୁବ୍ ନର୍ଭସ୍ ଅଛନ୍ତି । କେବଳ ସେତିକି ନୁହେଁ ସେ ମୋତେ ମୁମ୍ବାଇ ଫେରିବାକୁ ଅନୁମତି ଦେଉ ନାହାନ୍ତି । ମାତ୍ର ମୁଁ ତାଙ୍କୁ ଆଶ୍ବସନା ଦେବାସହ ନିଜର ଯତ୍ନ ନେବାର ସଂକଳ୍ପ କରିଛି । ଏହି ଭିଡିଓ ପୋଷ୍ଟ କରିବା ସହ ସେ ଅପିଲ୍ କରିଛନ୍ତି ସମସ୍ତେ ନିଜ ନିଜ ପିତାମାତାଙ୍କର ଯତ୍ନ ନିଅନ୍ତୁ । ତାଙ୍କ ସହ ସମସ୍ତ କଥା ସେୟାର କରନ୍ତୁ ।

ସୂଚନାଯୋଗ୍ୟ, ରତନ ଜଣେ ପପୁଲାର ଟିଭି ଅଭିନେତ୍ରୀ । ଅଗଲେ ଜନମ ମୋହେ ବେଟିୟା ହି କିଜ୍ ସିରିଅଲରେ ଦ୍ବାରା ସେ ଖୁବ୍ ଲୋକପ୍ରିୟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.