ETV Bharat / sitara

ସିଦ୍ଧାର୍ଥଙ୍କ ପ୍ରଶଂସାରେ ରଶ୍ମି, କହିଲେ ଭଲ ମଣିଷ ସେ

author img

By

Published : Mar 1, 2020, 5:09 AM IST

ବିଗ ବସ ହାଉସରେ ସବୁବେଳେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଲଢେଇ କରୁଥିବାର ରଶ୍ମୀ ଦେସାଇଙ୍କ ବଡ ଖୁଲାସା । ସିଦ୍ଧାର୍ଥଙ୍କୁ ଭଲ କହି ବର୍ତ୍ତମାନ ଚର୍ଚ୍ଚାରେ ସେ।

rashami desai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ବିଗ ବସ ସିଜନ 13 ଏବର୍ଷ ଚର୍ଚ୍ଚାରେ ଖୁବ୍ ରହିଥିଲା । ଶୋରେ ଟ୍ବିଷ୍ଟ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । ବିଗ ବସ 13ର ସବୁ ପ୍ରତିଯୋଗୀ ପରସ୍ପରକୁ କଡା ଟକ୍କର ମଧ୍ୟ ଦେଇ ବିଜେତା ହେବା ପାଇଁ ଲାଗିଥିଲେ । ଟକ୍କର ସହ ପରସ୍ପରଙ୍କ ଲଢେଇ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରତିଯୋଗୀଙ୍କ କଡା ନୋକ-ଝୋକ କିଏ ଅବା ଭୂଲି ପାରିବ।

ଏହି କ୍ରମରେ ସର୍ବପ୍ରଥମ ନାମ ଅଭିନେତ୍ରୀ ରଶ୍ମୀ ଦେସାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ସାମିଲ ଅଛନ୍ତି । ଦୁଇଜଣଙ୍କ ସମ୍ପର୍କ ବିଗ ବସରେ ଆସିବା ପୂବରୁ ଭାଙ୍ଗି ଯାଇଥିଲା । ଦୁଇଜଣଙ୍କ ସମ୍ପର୍କରେ ଏତେ ଖରାପ ଆସିଯାଇଥିଲା ଯେ ଶୋରେ ପରସ୍ପର ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁନଥିଲେ ଦୁଇଜଣ । ଶୋରେ ଅନେକ ଥର ରଶ୍ମୀ-ସିଦ୍ଧାର୍ଥ ଝଗଡା କରିଥିଲେ। ପରସ୍ପର ଉପରେ ବିଭିନ୍ନ ପ୍ରକାରର ଅଭିଯୋଗ ଲଗାଇଥିଲେ ଏହି ଯୋଡି । ହେଲେ ଏବେ ଶୋ ଶେଷ ହୋଇଯାଇଛି । ଲାଗୁଛି ରଶ୍ମୀଙ୍କ ବ୍ୟବହାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି । କାରଣ ତାଙ୍କୁ ଧିରେ ଧିରେ ସିଦ୍ଧାର୍ଥ ପସନ୍ଦ ଆସିବାରେ ଲାଗିଲେଣି ।

ଏକ ସାକ୍ଷାତକାରରେ ଯୋଗ ଦେଇ ରଶ୍ମୀ, ସିଦ୍ଧାର୍ଥଙ୍କ ସହ ନିଜ ବଣ୍ଡିଂ ବିଷୟରେ ଆଲୋଚନା କରିଥିଲେ । ସିଦ୍ଧାର୍ଥ ଆଉ ସେ ପରସ୍ପରକୁ ଭଲ ରୂପେ ଜାଣିଛନ୍ତି । ସେ ବହୁତ ଭଲ ମଣିଷ । ଆଉ ଯେବେ ଶୋ ଶେଷ ହେବାକୁ ଯାଉଥିଲା ସେ ଦୁଇଜଣ ବିଗ ବସ ହାଉସରେ ପୂର୍ବ ପରି କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ।

ଖାଲି ଏତିକି ନୁହେଁ ସିଦ୍ଧାର୍ଥଙ୍କ ସହ ରିଲେସନଶିପ ପ୍ରଶ୍ନ ଉପରେ ରଶ୍ମୀ କହିଥିଲେ ଯେ ଦୁଇଜଣ କେବେ ମଧ୍ୟ ରିଲେସନଶିପରେ ନଥିଲେ। ବିଗ ବସ ହାଉସରେ ସିଦ୍ଧାର୍ଥଙ୍କ ସହ ତାଙ୍କର ଖୁବ୍ ଝଗଡା ହୋଇଥିଲା ହେଲେ ପରେ ଭଲ ରୂପେ ଦୁଇଜଣ ପରସ୍ପକୁ ବୁଝିପାରିଥିଲୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.