ETV Bharat / sitara

ରାନୁଙ୍କ ଲାଇଭ ଶୋ, ଭାଇରାଲ ଭିଡିଓ

ପୁଣି ସୋସିଆଲ ମିଡିଆରେ ଘୁରିବୁଲିଲା ରାନୁ ମଣ୍ଡଲଙ୍କ ନୂଆ ଗୀତ । ଏଥର ସେ ଶାହରୁଖ ଖାନଙ୍କ ଫେମସ ଗୀତ ଗାଇ ଚର୍ଚ୍ଚାରେ । ଛୋଟ ପରଦାର ରିୟାଲିଟି ଶୋରେ ଆସିଲେ ନଜର ।

author img

By

Published : Oct 28, 2019, 2:58 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୁ ମଣ୍ଡଲ ଫ୍ୟାନକ୍ଲବ

ମୁମ୍ବାଇ: ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଲ ଦୀପାବଳୀ ଅବସରରେ ଛୋଟ ପରଦାରେ ଆସିଛନ୍ତି ନଜର । ଅତିଥି ରୂପେ ବଙ୍ଗୀୟ ଟେଲିଭିଜନ ଶୋ କମେଡି ଷ୍ଟାର୍ସରେ ପହଞ୍ଚିଥିଲେ ରାନୁ । ଏହି ରାୟାଲିଟି ଶୋ ଷ୍ଟେଜରେ ରାନୁ ନିଜ ଜୀବନର ଅନେକ କଥା ସେୟାର କରିଥିଲେ । ଏହାସହ ସେ ଶାହରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦିଲ ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ପପୁଲାର ଗୀତ ‘ତୁଝେ ଦେଖା ତୋ ୟେ ଜାନା ସମନ’ ମଧ୍ୟ ଗାଇ ଦର୍ଶକଙ୍କୁ ଖୁସ କରିଦେଇଥିଲେ । ରାନୁ ଷ୍ଟେଜରେ ଲାଇଭ ପରଫର୍ମନ୍ସ କରୁଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ନ୍ୟୁଜହଣ୍ଟ

ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାନୁଙ୍କ କଣ୍ଠରେ ଏହି ପପୁଲାର ଗୀତ ଶୁଣି ଦର୍ଶକ ଝୁମି ଉଠିଥିଲେ । ପ୍ରକାଶ ଥାଉକି ଏହାପୂର୍ବରୁ ସେ ଲୋକପ୍ରିୟ ସଙ୍ଗୀତକାର ହିମେଶ ରେଶମିୟାଙ୍କ ସହ ‘ହାପି ହାର୍ଡୀ ଔର ହୀର’ର ତିନୋଟି ଗୀତ ଗାଇଥିଲେ । ତାଙ୍କ ରେକର୍ଡିଂର ଅନେକ ଭିଡିଓ ସୋସିଆଲ ମିଡିଆରେ ରାତାରାତି ଖୁବ୍ ଭାଇରାଲ ହୋଇଥିଲା । ଯାହାକୁ ଆଜି ମଧ୍ୟ ପସନ୍ଦ କରୁଛନ୍ତି ଦର୍ଶକ ।

ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇ ତାଙ୍କୁ ସମସ୍ତଙ୍କ ଫେଭରେଟ କରାଇଥିଲା । ଯାହାପରେ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଥିଲେ ହିମେଶ ।

Intro:Body:

tinkutest

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.