ETV Bharat / sitara

ବନ୍ଦ ହେବ ‘ରାମାୟଣ’, ସୂଚନା ଦେଲା ଡିଡି

ପୌରାଣିକ ଧାରାବାହିକ ‘ରାମାୟଣ’କୁ ନେଇ ବଡ ଖୁଲାସା । ବନ୍ଦ ଦେବାକୁ ଯାଉଛି ଶୋ । ଅଧିକ ପଢନ୍ତୁ...

ramayana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 17, 2020, 10:12 PM IST

ମୁମ୍ବାଇ: ଲକଡାଉନରେ ଡିଡିରେ ଅନେକ ପୁରୁଣା ଧାରାବାହିକକୁ ପୁନଃ ପ୍ରସାରଣ କରାଯାଉଛି । ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହିତ । ଏବେ ଡିଡିରେ ‘ରାମାୟଣ’, ‘ମହାଭାରତ’, ‘ଶକ୍ତିମାନ’ ସହ ଅନେକ ଧାରାବାହିକ ଦେଖିବାକୁ ମିଳୁଛି। ହେଲେ ଆଉ କିଛି ଦିନ ପରେ ‘ରାମାୟଣ’ ପ୍ରସାରଣ ବନ୍ଦ ହେବାକୁ ଯାଉଛି । ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା। ତେବେ ଆସନ୍ତୁ ଜାଣିବା ପୁରା ଖବର...

କଥାଟି ହେଲା ଯେ ‘ରାମାୟଣ’ ଓ ‘ମହାଭାରତ’ର ସଫଳତା ଦେଖି ଡିଡି ଏବେ ‘ଲବ-କୁଶ’ ଧାରାବାହିକ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି । 1988ରେ ଡିଡିରେ ଏହି ଧାରାବାହିକକୁ ‘ଉତ୍ତର ରାମାୟଣ’ ଟାଇଟଲରେ ପ୍ରସାରଣ କରାଯାଇଥିଲା । ଯାହାକୁ ରାମାନନ୍ଦ ସାଗର ନିର୍ମାଣ କରିଥିଲେ।

ପ୍ରସାର ଭାରତୀ ସିଇଓ ଶଶି ଶେଖର ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ‘ରାମାୟଣ’ ପ୍ରତି ଦର୍ଶକଙ୍କ ପ୍ରେମ ଦେଖି ଆମେ ଏହାପରେ ‘ଲବ-କୁଶ’ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛୁ। ଏହାସହ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ ଶନିବାର ‘ରାମାୟଣ’ ଶେଷ ହୋଇଯିବ । ଆଉ ରବିବାର ସକାଳେ ‘ରାମାୟଣର ଶେଷ ଏପିସୋଡ ତଥା ‘ଲବ-କୁଶ’ର କାହାଣୀ ପ୍ରସାରଣ କରାଯିବ ।

ରବିରାର ତଥା 19 ତାରିଖରେ ରାତି 9 ଘଟିକାରେ ‘ଉତ୍ତର ରାମାୟଣ’ର ଫ୍ରେଶ ଏପିସୋଡ ପ୍ରସାରଣ କରାଯିବ । ସେହିପରି ସକାଳ 9ଟାରେ ଏହାକୁ ପୁନଃ ପ୍ରସାରଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.