ହାଇଦ୍ରାବାଦ: ଏକତା କପୁର ସବୁବେଳେ ନିଜ ଶୋ'ରେ ଟ୍ବିଷ୍ଟ ଆଣିବାକୁ ଚେଷ୍ଟା କରନ୍ତି । ଏବେ ତାଙ୍କ ପପୁଲାର ସିରିଏଲ ‘ୟେ ହେ ମୋହବତେ’ରେ ଆଣିଛନ୍ତି କିଛି ଟ୍ବିଷ୍ଟର ଛୁଙ୍କ । ଏହି ଟ୍ବିଷ୍ଟକୁ ନେଇ ଚାଲିଛି ଅନେକ ଚର୍ଚ୍ଚା । କାରଣ ଶୋ'ରେ ହେଇଛି ମୁଖ୍ୟ ଚରିତ୍ର ରମନଙ୍କ ବିମାନ ଦୁର୍ଘଟଣା । ତେବେ କୁହାଯାଇପାରେ ରମନ ଶୋ'ରୁ ନେଇପାରନ୍ତି ଅଲବିଦା ।
ସୂଚନାଯୋଗ୍ୟ, ରମନ ବା କରନ ପଟେଲ ଖୁବ ଶୀଘ୍ର ବିଗ ବସ-13ରେ ଏଣ୍ଟ୍ରି କରିପାରନ୍ତି । ତେଣୁ ସେ ସିରିଏଲ ଛାଡିବେ । ବିଗବସରେ ପ୍ରତିଯୋଗୀ ଭାବରେ ଯୋଗ ଦେବେ କରନ, ମାତ୍ର ଏନେଇ କୌଣସି ଘୋଷଣା କରାଯାଇନାହିଁ । ମାତ୍ର କରନ ନିଜର ଶେଷ ଏପିସୋଡ ସୁଟ କରିସାରିଛନ୍ତି । ତେବେ କିଛି ଦିନର ବିରତି ପରେ କରନ ପୁଣି ଫେରିପାରନ୍ତି ।
ପ୍ରକାଶଥାଉକି, ବିଗବସ ବିଷୟରେ କରନ କହିଥିଲେ ସେ ବିଗବସ ଦେଖିବାକୁ ପସନ୍ଦ କରନ୍ତି । ସମସ୍ତଙ୍କୁ ଜଜ କରିବାକୁ ପସନ୍ଦ କରନ୍ତି ମାତ୍ର ଦୂରରୁ । ତେବେ ସିରିଏଲକୁ ନେଇ ଆହୁରି ଚର୍ଚ୍ଚା ଚାଲିଥିଲା ଯେ ଏହା ଖୁବଶୀଘ୍ର ଟେଲିଭିଜନରୁ ଅଲବିଦା କହିବ । ମାତ୍ର ସିରିଏଲର ନିର୍ଦ୍ଦେଶକ ସନ୍ଦୀପ ସିକନ୍ଦ ଏନେଇ ସାଫ ସାଫ କହିଥିଲେ କି ସିରିଏଲକୁ ବନ୍ଦ କରାଯିବ ନାହିଁ ବରଂ ଏହାକୁ ଅଲଗା ଭାବରେ ଉପସ୍ଥାପନା କରାଯିବ ।