ଚଣ୍ଡିଗଡ଼:ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା ଅଭିନେତା ଗୁରୁନାମ୍ ଭୁଲରଙ୍କ ସହ ତାଙ୍କ ଭିଡିଓ ନିର୍ଦ୍ଦେଶକ ଖୁସପାଲ ସିଂଙ୍କୁ କୋଭିଡ-19 ସହ ଜଡିତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ଭିଡିଓ ଆଲବମ ସୁଟିଂ ଅଭିଯୋଗରେ ପଞ୍ଜାବ ପୋଲିସ ଗିରଫ କରିଛି ।
ସୂଚନାନୁସାରେ, ଭୁଲର ତାଙ୍କ ଟିମ ସହିତ ଶନିବାର ଦିନ ଏକ ସିନେମା ମଲରେ ପହଞ୍ଚି ପୋଲିସ ପ୍ରଶାସନର ବିନା ଅନୁମତିରେ ଗୀତ ଶୁଟିଂ କରିଥିଲେ । ସୂଚନା ପାଇବା ମାତ୍ରେ SHO କରଣଭୀର ସିଂ ସିନ୍ଧୁ, ପୋଲିସ ଇନ୍ସପେକ୍ଟର ନିଶାନ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ କହିଛି, ପଟିଆଲା ନିକଟ ରାଜପୁରା ସହରର ଏକ ମଲ୍ ଉପରେ ଚଢାଉ ବେଳେ ଆମେ ଦେଖିଲୁ ଯେ, ବିନା ଅନୁମତିରେ ଶୁଟିଂ ଚାଲିଛି । ଭାରତୀୟ ଦଣ୍ଡବିଧି ଅନୁଯାୟୀ ମଲ୍ ମାଲିକ ଗୁରୁନାମ ଭୁଲାର, ଭିଡିଓ ନିର୍ଦ୍ଦେଶକ ଖୁସପାଲ ସିଂ ଏବଂ ଅନ୍ୟ 41 ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।