ମୁମ୍ବାଇ: ପପୁଲାର ଟିଭି ସିରିୟଲ ‘ସାଥ ନିଭାନା ସାଥିୟା’ର ଏକ ମଜାଦାର ଭିଡିଓ କିଛି ଦିନ ହେବ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଯାହାର ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ ଚାଲିଛି । ଭାଇରାଲ ହେଉଥିବା ଭିଡିଓରେ କୋକିଲାବେନ(ରୂପଲ ପଟେଲ), ଗୋପି ବୋହୂ(ଜିୟା ମାନେକ)ଙ୍କୁ ଗାଳି କରୁଥିବାର ନଜର ଆସୁଛନ୍ତି । ଆଉ ପଚାରୁଛନ୍ତି ରୋଷେଇ ଘରେ କିଏ ଥିଲା । ଏହି ସିନରେ ମ୍ୟୁଜିକ ପ୍ରଡ୍ୟୁସର ୟଶରାଜ ମୁଖାତେ ଶାନଦାର ମ୍ୟୁଜିକ ତଡକା ଲଗାଇ ରାପ ଭିଡିଓ ନିର୍ମାଣ କରିଛନ୍ତି । କିଛି ଦିନ ମଧ୍ୟରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
ଏବେ ଏହି ଭିଡିଓ ଉପରେ ଗୋପି ବୋହୂ ତଥା ଜିୟା ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘ଯେବେ ପ୍ରଥମଥର ମୁଁ ଏହି ଭିଡିଓ ଦେଖିଲି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୁଁ ଭାବିଲେ ଯେ ଏପରି ସିନ ସହ ଏମିତି ମଜାଦାର ଜିନିଷ ମଧ୍ୟ ହୋଇପାରୁଛି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି । ହେଲେ ମୁଁ ବହୁତ ଗର୍ବିତ ଅନୁଭବ କରୁଛି ଏହି ସିରିୟଲରେ କାମ ପାଇଥିବାରୁ ଓ ଆଇକୋନିକ ରୋଲ ମିଳିଥିବାରୁ । 9-10 ବର୍ଷ ପରେ ମଧ୍ୟ ସିରିୟଲର ସିନ ଭାଇରାଲ ହେଉଛି । ଯାହା ମୋ ପାଇଁ ବହୁତ ବଡ ପ୍ରଶଂସା । ମୁଁ ଏହି ଭିଡିଓକୁ ବର୍ତ୍ତମାନ ଏନଜୟ କରୁଛି ।’
-
First World Problems • Made Kokila Ben sing this time • I love doing harmonies, enjoyed this one a lot •
— Yashraj Mukhate (@YBMukhate) August 21, 2020 " class="align-text-top noRightClick twitterSection" data="
Kahi share karoge toh credits zaroor dena. Dhanyawaad!♥️♥️♥️#kokilaben #gopinahu #rashi #cooker #saathnibhanasaathiya #yashrajmukhate #ymstudios pic.twitter.com/4TcWwAcH7q
">First World Problems • Made Kokila Ben sing this time • I love doing harmonies, enjoyed this one a lot •
— Yashraj Mukhate (@YBMukhate) August 21, 2020
Kahi share karoge toh credits zaroor dena. Dhanyawaad!♥️♥️♥️#kokilaben #gopinahu #rashi #cooker #saathnibhanasaathiya #yashrajmukhate #ymstudios pic.twitter.com/4TcWwAcH7qFirst World Problems • Made Kokila Ben sing this time • I love doing harmonies, enjoyed this one a lot •
— Yashraj Mukhate (@YBMukhate) August 21, 2020
Kahi share karoge toh credits zaroor dena. Dhanyawaad!♥️♥️♥️#kokilaben #gopinahu #rashi #cooker #saathnibhanasaathiya #yashrajmukhate #ymstudios pic.twitter.com/4TcWwAcH7q
ପ୍ରକାଶ ଥାଉକି ଭିଡିଓରେ କୋକିଲାବେନ ସମସ୍ତଙ୍କୁ ଏହା କହୁଥିବାର ନଜର ଆସୁଛନ୍ତି କି ଜୁସ ତାଙ୍କ ଶାଢୀରେ ପଡିଯାଇଥିଲା, ଯାହା ପାଇଁ ତାଙ୍କୁ ଦୁଇଥର ଗାଧୋଇବାକୁ ପଡିଲା । ସେହି ସମୟରେ ରୋଷେଇ ଘରେ କିଏ ଥିଲା । ଯିଏ ପ୍ରେସରରୁ ଚଣା କାଢି ଖାଲି ପ୍ରେସ ଗ୍ୟାସ ଉପରେ ବସାଇଦେଇଥିଲା । ଏହାର ମଜାଦାର ଭିଡିଓ ଆପଣ ବି ଦେଖନ୍ତୁ...