ମୁମ୍ବାଇ: ନିକଟରେ କାନପୁରରେ ଅପରାଧୀଙ୍କ ଗୁଳିରେ ୮ ପୋଲିସ ଶହୀଦ ହୋଇଥିଲେ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ କ୍ରୋଧିତ ଦେଶବାସୀ । ଏକ ମୋଷ୍ଟୱାଣ୍ଟେଡ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଶହୀଦ ହେବାକୁ ପଡ଼଼ିଛି । ସେହିପରି ଆଉ 7 ଜଣ ପୋଲିସ ଆହତ ମଧ୍ୟ ହୋଇଛନ୍ତି । ଏହି ମାମଲା ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ କମେଡି କିଙ୍ଗ କପିଲ ଶର୍ମା । ରାଗ ପ୍ରକାଶ କରିବା ସହ ସେ ଶହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପାଇଁ ନ୍ୟାୟ ଦାବି ମଧ୍ୟ କରିଛନ୍ତି ।
-
I will not say Rest In Peace because I know they will not until we find the culprits n kill them 🙏 more power to u @Uppolice jus find them n kill them 🙏 that’s it 💔 https://t.co/WmbRiyo28I
— Kapil Sharma (@KapilSharmaK9) July 4, 2020 " class="align-text-top noRightClick twitterSection" data="
">I will not say Rest In Peace because I know they will not until we find the culprits n kill them 🙏 more power to u @Uppolice jus find them n kill them 🙏 that’s it 💔 https://t.co/WmbRiyo28I
— Kapil Sharma (@KapilSharmaK9) July 4, 2020I will not say Rest In Peace because I know they will not until we find the culprits n kill them 🙏 more power to u @Uppolice jus find them n kill them 🙏 that’s it 💔 https://t.co/WmbRiyo28I
— Kapil Sharma (@KapilSharmaK9) July 4, 2020
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଶହୀଦଙ୍କ ପାଇଁ ରେଷ୍ଟ ଇନ ପିସ କହିବି ନାହିଁ । କାରଣ ମୁଁ ଜାଣିଛି ଏହା ସେହି ପର୍ଯ୍ୟନ୍ତ ହେବ ନାହିଁ ଯେପର୍ଯ୍ୟନ୍ତ ଆମେ ଅପରାଧିକୁ ଖୋଜି ମାରି ନଦେଉଛେ । ୟୁପି ପୋଲିସକୁ ପାୱାର ମିଳୁ ଯେ ସେ ଦୋଷୀଙ୍କୁ ଧରି ମାରିପାରିବେ ।’
ବର୍ତ୍ତମାନ କପିଲଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାଲେ ଲାଗିଛି । ଫ୍ୟାନ୍ସଙ୍କ ପ୍ରତିକ୍ରିୟା ମଧ୍ୟ ଟ୍ବିଟରେ ଦେଖିବାକୁ ମିଳୁଛି ।