ମୁମ୍ବାଇ: ଛୋଟ ପରଦାର ଫେମସ ଆକ୍ଟର କୁଶାଲ ପଞ୍ଜାବୀ ଦୁନିଆକୁ କହିଲେ ଅଲବିଦା । ଗୁରୁବାର ରାତିରେ ଘରେ ତାଙ୍କର ଝୁଲନ୍ତା ମୃତ ଶରୀର ଉଦ୍ଧାର କରାଯାଇଥିଲା । ମାତ୍ର 37 ବର୍ଷରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି । ତାଙ୍କ ଆକସ୍ମିକ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଛାୟା। ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ସଦସ୍ୟ ଓ ପ୍ରଶଂସକ ।
- " class="align-text-top noRightClick twitterSection" data="
">
ଆଜି 1 ଘଟିକା ସମୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହି ଦୁଃଖଦ ଖବରର ସୂଚନା ତାଙ୍କ ବନ୍ଧୁ ତଥା ଅଭିନେତା କରଣବୀର ବୋରା ନିଜ ଇନଷ୍ଟାଗ୍ରାମରେ ଦେଇଛନ୍ତି । ସେ ତାଙ୍କର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ତୁମ ମୃତ୍ୟୁ ଖବର ମତେ ଆଶ୍ଚର୍ଯ୍ୟ କରିଦେଇଛି । ମୁଁ ଏହି କଥା ଉପରେ ବିଶ୍ବାସ ମଧ୍ୟ କରିପାରୁନାହିଁ । ମୁଁ ଜାଣିଛି ତୁମେ ଯେଉଁଠାରେ ରହିବ ଖୁସିରେ ରହିବ । ଯେଉଁଭଳି ତୁମେ ତୁମ ଜୀବନ ବଞ୍ଚିଥିଲ ତାହା ମତେ ଅନେକ ଥର ପ୍ରେରଣା ଯୋଗାଇଥିଲା । କିନ୍ତୁ ମତେ ଜଣାନଥିଲା ତୁମେ ଏତେ ଶୀଘ୍ର ଦୁନିଆ ଛାଡି ଚାଲିଯିବ । ମୁଁ ତୁମକୁ ସବୁବେଳେ ମିସ କରିବି । ତୁମକୁ ଏମିତି ବ୍ୟକ୍ତି ରୂପେ ସ୍ମରଣ କରାଯିବ, ଯିଏ ନିଜ ଜୀବନ ପୁରା ଶାନଦାର ରୂପେ ବଞ୍ଚିଥିଲେ ।’
ପ୍ରକାଶ ଥାଉକି କୁଶାଲଙ୍କୁ ଶେଷଥର ଧାରାବାହିକ ‘ମରଜାୱାଂ’ରେ ଦେଖିବାକୁ ମିଳିଥିଲା । କୁଶାଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯଦି କଥା ହେବା ତେବେ ସେ ଜଣେ ୟୁରୋପିୟାନ ଝିଅ ସହ ବିବାହ କରିଥିଲେ । ସେ 2016ରେ ପିତା ସାଜିଥିଲେ। ସେ ନିଜ କ୍ୟାରିୟରର ଆରମ୍ଭ ମଡେଲ ରୂପେ କରିଥିଲେ । ସେ ଅନେକ ଫିଲ୍ମ ଓ ଟିଭି ଧାରାବାବିକରେ କାମ କରି ଦର୍ଶକଙ୍କ ମନ କିଣିଥିଲେ ।