ନୂଆଦିଲ୍ଲୀ: ନିଆ ଶର୍ମା ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କ ବାଥଟବରେ ବୋଲ୍ଡ ଅନ୍ଦାଜ ଫଟୋ ।
ଏହି ସମୟରେ, ନିଆ ନିଜର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ସେ ବାଥଟବରେ ବସି ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏବେ ନିଆଙ୍କର ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ନିଆଙ୍କର ଏହି ଫଟୋ ଗୁଡ଼ିକ ପ୍ରଶଂସକମାନେ ବହୁତ ପସନ୍ଦ କରିବା ସହ ତାଙ୍କର ହଟ ଲୁକକୁ ପ୍ରଶଂସା କରୁଛନ୍ତି।
ନିକଟରେ ନିଆ ବ୍ୟାକଲେସ୍ ଟପ୍ ପିନ୍ଧି ଚର୍ଚ୍ଚାରେ ଆସିଥିଲେ ।
ପ୍ରକାଶ ଥାଉ କି, ବର୍ତ୍ତମାନ ନିଆ ତାଙ୍କ ୱେବ୍ ସିରିଜ୍ 'ଜମାଇ ରାଜା 2.0' ର ଦ୍ବିତୀୟ ସିଜନକୁ ନେଇ ଚର୍ଚ୍ଚାରେ । ଏହି ଧାରାବାହିକରେ ସେ ଅଭିନେତା ରବି ଦୁବେଙ୍କ ସହ ନଜର ଆସିବେ।