ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ନକୁଲ ମେହେତାଙ୍କ ଘରକୁ ଆସିଲା ନୂଆ ଅତିଥି । ନକୁଲଙ୍କ ପତ୍ନୀ ଜାନକୀ ପାରେଖ ବୁଧବାର ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ନକୁଲ ପ୍ରଶଂସକଙ୍କ ସହ ପୁଅର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର ଏହି ଖୁସି ଖବର ସେୟାର କରିଛନ୍ତି । ଫଟୋରେ ଏହା ଦେଖିବାକୁ ମିଳେ ଯେ ଛୋଟ ଅତିଥି ନକୁଲଙ୍କ ଆଙ୍ଗୁଠିକୁ ଧରିଛନ୍ତି । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋର କ୍ୟାପସନରେ ନକୁଲ ଲେଖିଛନ୍ତି, ଫେବୃଆରୀ 3, 2021 ।
ନକୁଲଙ୍କ ଏହି ପୋଷ୍ଟରେ ବହୁ ସେଲିବ୍ରିଟ୍ରିମାନେ ମନ୍ତବ୍ୟ ଦେଇ ନକୁଲା ଏବଂ ଜାନକୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗତ ବର୍ଷ ନଭେମ୍ବରରେ ନକୁଲ ସୋସିଆଲ ମିଡିଆ ମାଧ୍ୟମରେ ପିତା ହେବା ବିଷୟରେ ସୂଚନା ଦେଇଥିଲେ ।
ପ୍ରକାଶ ଥାଉ ଯେ, ନକୁଲ ଏବଂ ଜାନକୀ ଜାନୁଆରୀ 2012ରେ ବିବାହ କରିଥିଲେ । ବିବାହ ପୂର୍ବରୁ 9 ବର୍ଷ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଡେଟ କରିଥିଲେ । ଜାନକୀ ଜଣେ ଗାୟିକା ।