ETV Bharat / sitara

ଟିଆରପିରେ ଆଗୁଆ ପୌରାଣିକ ଧାରାବାହିକ

author img

By

Published : Apr 25, 2020, 10:57 PM IST

ହିନ୍ଦୀ ମନୋରଞ୍ଜନ ଚ୍ୟାନେଲଗୁଡିକୁ ନିକଟରେ ସର୍ବକାଳୀନ ସର୍ବାଧିକ 8.5 ବିଲିୟନ ଦର୍ଶକ ଦେଖିଛନ୍ତି । ଯାହା ଟେଲିଭିଜନ ଇତିହାସରେ ଏକ ରେକର୍ଡ କହିଲେ ଅତ୍ୟୁକ୍ତି ହେବନି । ଅଧିକ ପଢନ୍ତୁ...

ଟିଆରପିରେ ଆଗୁଆ ପୌରାଣିକ ଧାରାବାହିକ
ଟିଆରପିରେ ଆଗୁଆ ପୌରାଣିକ ଧାରାବାହିକ

ହାଇଦ୍ରାବାଦ: ଲକଡାଉନ ଆମକୁ ପୁରୁଣା ଦିନକୁ ଫେରାଇ ନେଇଛି । ଘରେ ବସି ପରିବାର ସହ ପୁରୁଣା ସିରିଏଲ ଓ ଶୋର ମଜା ଉଠାଉଛନ୍ତି ଲୋକେ । ବୋରିଂ ଦୂର କରିବାକୁ ଏହା ସର୍ବଶ୍ରେଷ୍ଠ ଉପାୟ ପାଲଟିଛି । ପ୍ରାୟ ସମସ୍ତ ଚ୍ୟାନେଲରେ ଏବେ ପୁରୁଣା ଶୋର ରିପିଟ ଟେଲିକାଷ୍ଟ ହେଉଛି । କିଏ ଆରମ୍ଭରୁ ଦେଖାଉଛି ତ କିଏ ପୁରୁଣା ସିରିଏଲ ମୂଳରୁ ଦେଖାଉଛି । କମେଡି, ଟ୍ରାଜେଡି, ଡ୍ରାମା ସମସ୍ତ ପ୍ରକାର ସିରିଏଲ ପୁନଃ ପ୍ରସାରିତ ହେଉଛି ।

ତେବେ ଏସବୁ ଭିତରେ ସବୁଠାରୁ ଅଧିକ ଆକର୍ଷିତ କରୁଛି ପୌରାଣିକ ଧାରାବାହିକ । ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ ପକ୍ଷରୁ ପ୍ରକାଶିତ ଡାଟା ଅନୁସାରେ ମନୋରଞ୍ଜନର ନୂଆ ଉତ୍ସ ପାଲଟିଛି ପୌରାଣିକ ଧାରାବାହିକ । ହିନ୍ଦୀ ଚ୍ୟାନେଲର 43 ପ୍ରତିଶତ ଦର୍ଶକ ମହାଭାରତ, ରାମାୟଣ, ମହାଦେବ, ଶ୍ରୀକୃଷ୍ଣ ଭଳି ସିରିଏଲ ଦେଖୁଛନ୍ତି । ଦେଶବ୍ୟାପୀ ସମସ୍ତ ପ୍ରକାର ପୌରାଣିକ ଶୋକୁ ଏମାନେ ଲଗାତାର 466 ଘଣ୍ଟା ଦେଖୁଥିବା କାଉନସିଲ କହିଛି । ଏହି ଶୋ 109 ବିଲିୟନ ଭିୟୁ ମିନିଟ ଅର୍ଜନ କରିଛି । କୋଭିଡ 19ର ପଞ୍ଚମ ସପ୍ତାହରେ ଏହି ଶୋକୁ 353 ମିଲିୟନ ଦର୍ଶକ ଦେଖିଛନ୍ତି ।

ହିନ୍ଦୀ ମନୋରଞ୍ଜନ ଚ୍ୟାନେଲଗୁଡିକୁ ନିକଟରେ ସର୍ବକାଳୀନ ସର୍ବାଧିକ 8.5 ବିଲିୟନ ଦର୍ଶକ ଦେଖିଛନ୍ତି । ଯାହା ଟେଲିଭିଜନ ଇତିହାସରେ ଏକ ରେକର୍ଡ କହିଲେ ଅତ୍ୟୁକ୍ତି ହେବନି । ବର୍ତ୍ତମାନ ଟେଲିଭିଜନ ଶୋରେ ଅଶୀ ନବେ ଦଶକର ସମସ୍ତ ସିରିଏଲ ଫେରିଆସିଛି । ପ୍ରସାର ଭାରତୀ ପକ୍ଷରୁ ଦୂରଦର୍ଶନରେ ରାମାୟଣ, ମହାଭାରତ, ସର୍କସ, ଶକ୍ତିମାନ, ଦେଖ ଭାଇ ଦେଖ, ବୁନିୟାଦ, ଶ୍ରୀମାନ ଶ୍ରୀମତୀ, ଚାଣକ୍ୟ ଭଳି ସିରିଏଲ ପ୍ରସାରଣ ହେଉଛି । ଯାହା ଆମକୁ ପୁରୁଣା ଦିନକୁ ଫେରାଇ ନେଇଛି । ସେହିପରି ଅନେକ ହିନ୍ଦୀ ଚ୍ୟାନେଲରେ ମଧ୍ୟ ନୂଆ ରାମାୟଣ, ମହାଭାରତ, ମହାଦେବ, ରାଧାକୃଷ୍ଣ, ମହାକାଳୀ ଭଲି ପୌରାଣିକ ଶୋ ପୁଣି ଆରମ୍ଭ ହୋଇଛି ।

ସବୁଠୁ ବଡ କଥା କିଛି ବର୍ଷ ପୂର୍ବେ ଏହି ପୌରାଣିକ ଧାରାବାହିକ ଦେଖିବାକୁ ପିଲାଙ୍କ ମଧ୍ୟରେ ଉତ୍ସାହ ନଥିଲା । ଅବଶ୍ୟ ପଢା ଓ ଚାକିରୀ ଚାପରେ କର୍ମବ୍ୟସ୍ତ ଜୀବନରେ ଏସବୁ ସିରିଏଲ ପିଲାଙ୍କୁ ଆକର୍ଷିତ କରିପାରିନଥିଲା । ହେଲେ ଲକଡାଉନରେ ଅନ୍ୟ ସିରିଏଲ ଅପେକ୍ଷା ଏହି ଶୋର ଅଧିକ ଡିମାଣ୍ଡ ରହିଛି । ଏପରିକି ସ୍ମାର୍ଟଫୋନରେ 24 ଘଣ୍ଟା ବ୍ୟସ୍ତ ଯୁବପିଢି ମଧ୍ୟ ପୌରାଣିକ ଧାରାବାହିକ ପ୍ରତି ଆଗ୍ରହ ଦେଖାଇଛନ୍ତି । ଯାହା ଆଶ୍ଚର୍ଯ୍ୟକର ପାଲଟିଛି । ଲକଡାଉନ ପୁରୁଣା ଦିନର ସ୍ମୃତି ଫେରାଇଛି ବୋଲି ସମସ୍ତେ ମତ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.