ହାଇଦ୍ରାବାଦ: ଅଭିନେତ୍ରୀ ମୌନୀ ରୟଙ୍କୁ ମୁମ୍ବାଇ ମେଟ୍ରୋର ଦାୟିତ୍ବହୀନତା ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିଛି । ଜୁହୁରେ ମେଟ୍ରୋ କାମ ଚାଲିଥିବା ସମୟରେ ଏକ ବଡ ପଥର ମୌନୀଙ୍କ କାର ଉପରେ ପଡିଥିଲା । ଭାଗ୍ୟବସତଃ ମୌନୀଙ୍କର କିଛି ବି କ୍ଷତି ହୋଇନାହିଁ । କିନ୍ତୁ ଏଥିପାଇଁ ମୌନୀ ମୁମ୍ବାଇ ମେଟ୍ରୋକୁ ଦାୟୀ କରି ଟ୍ବିଟରରେ ସେୟାର କରିଛନ୍ତି ।
ଭିଡିଓରେ ପ୍ରାୟ 11 ମହଲା ଉପରୁ ପଥର ପଡି ମୌନୀଙ୍କ ଗାଡିର ଉପର କାଚ ଭାଙ୍ଗିଯାଇଛି । ଯଦି କୌଣସି ପଥଚାରୀ ମୁଣ୍ଡରେ ପଥର ପଡିଥାନ୍ତା ତ' ଏଥିପାଇଁ ଦାୟୀ କିଏ ରହିବ ବୋଲି କହିଛନ୍ତି ମୌନୀ ।
ତେବେ ଆଗକୁ ମୌନୀ, ରାଜକୁମାର ରାଓଙ୍କ ସହ ଫିଲ୍ମ ‘ମେଡ୍ ଇନ ଚାଇନା’ରେ ନଜର ଆସିବେ । ଫିଲ୍ମଟି ଚଳିତ ବର୍ଷ ଦିପାବଳୀରେ ରିଲିଜରେ ହେବ ।