ହାଇଦ୍ରାବାଦ: ଲୋକପ୍ରିୟ ଅଭିନେତ୍ରୀ ମୌନି ରଏ ବଏଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି । ଜାନୁଆରୀ ୨୭ ତାରିଖରେ ମୌନି ଉଭୟ ଦକ୍ଷିଣ ଏବଂ ବଙ୍ଗାଳୀ ସଂସ୍କୃତିରେ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ବହୁ ଫଟୋ ଭାଇରାଲ ହୋଇଥିଲା ।
ଫ୍ୟାନ୍ସ ଓ ଅନେକ ସେଲିବ୍ରେଟି ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରବିବାର ଦିନ ମୌନି ରଏ ସ୍ବାମୀ ସୁରଜ ନାମ୍ବିଆରଙ୍କ ସହ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ମୌନି ଏକ ନାଲି ରଙ୍ଗର ଶାଢି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ନାଲି ରଙ୍ଗର ଶାଢି ପିନ୍ଧିଥିବା ମୌନି ରାୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତେବେ ବିବାହର ପରଦିନ ମୌନି ରଏ ସ୍ବାମୀ ସୁରଜ ଓ ସାଙ୍ଗ ମାନଙ୍କ ସହ ହନିମୁନ ପାଇଁ ଦୁବାଇ ଯାଇଥିଲେ । ରବିବାର ସେଠାରୁ ଉଭୟ ଆସିଥିବା ସୂଚନା ମିଳିଛି ।
ଏହାବି ପଢନ୍ତୁ: ଫେବୃଆରୀରେ କୋର୍ଟ ମ୍ୟାରେଜ କରିବେ ଫରହାନ-ଶିବାନୀ !
ଚଳିତ ମାସ 27 ତାରିଖରେ ଗୋଆରେ ବିବାହ କରିଥିଲେ ମୌନି । ବିବାହର ପରଦିନ ବନ୍ଧୁମାନଙ୍କୁ ଏକ ଗ୍ରାଣ୍ଡ ପାର୍ଟି ମଧ୍ଯ ଦେଇଥିଲେ । ପାର୍ଟିର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ମୌନି ପ୍ୟାରୋଟ ଗ୍ରୀନର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ମୌନି ତିନି ବର୍ଷ ଧରି ବଏଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ଡେଟ୍ କରୁଥିଲେ । 2019 ନୂଆବର୍ଷ ପାର୍ଟିରେ ଉଭୟଙ୍କ ପ୍ରଥମ ଦେଖା ହୋଇଥିଲା । ସେବେଠାରୁ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ ମୌନି କେବେବି ନିଜ ରିଲେସନସିପକୁ ନେଇ ମିଡିଆ ଆଗରେ କିଛି ଖୁଲାସା କରି ନଥିଲେ । ହଠାତ ବିବାହ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ