ETV Bharat / sitara

ପ୍ରତ୍ୟୁଷାଙ୍କୁ ଡେଟ୍ କରିବା କଥାରେ ବିକାଶଙ୍କ ଉପରେ ରାଗିଲେ ବୟଫ୍ରେଣ୍ଡ ରାହୁଲ - ପ୍ରଯୋଜକ ବିକାଶ ଗୁପ୍ତାଙ୍କ ନ୍ୟୁଜ

ସାମ୍ନାକୁ ଆସି ପ୍ରତ୍ୟୁଷାଙ୍କ ବିଷୟରେ ଆଲୋଚନା କଲେ କଥିତ ବୟଫ୍ରେଣ୍ଡ ରାହୁଲ । କାରଣ ଅଭିନେତ୍ରୀଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିଲେ ବିକାଶ ଗୁପ୍ତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 15, 2021, 12:56 PM IST

ମୁମ୍ବାଇ: 2016 ଏପ୍ରିଲ 16 ତାରିଖରେ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଟିଭିର ଫେମସ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ । ନିକଟରେ ତାଙ୍କୁ ନେଇ ବିଗବସ ଫେମ ତଥା ନିର୍ମାତା ବିକାଶ ଗୁପ୍ତା ଏକ ବିବାଦୀୟ ବୟାନ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ ପ୍ରତ୍ୟୁଷାଙ୍କ ସହ ସେ ରିଲେସନଶିପରେ ଥିଲେ । ଆଉ ସେହି ସମୟରେ ସେ ଜାଣିବାକୁ ପାଇଥିଲେ ସେ ନିଜେ ଜଣେ ବାଇସେକ୍ସୁଆଲ ବୋଲି । ଇତିମଧ୍ୟରେ ବିକାଶଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ପ୍ରତ୍ୟୁଷାଙ୍କ କଥିତ ବୟଫ୍ରେଣ୍ଡ ରାହୁଲ ରାଜ ।

ସେ ଏକ ସାକ୍ଷାତକାରରେ ବିକାଶଙ୍କ ବିଷୟରେ ଆଲୋଚନା କରି କହିଥିଲେ, ‘ବାରମ୍ବାର ପ୍ରତ୍ୟୁଷା ନାମ ନେବା ବନ୍ଦ କରିଦେବା କଥା ବିକାଶ । ଆଉ ପ୍ରତ୍ୟୁଷା କେବେ ମଧ୍ୟ ବିକାଶଙ୍କୁ ଡେଟ କରିନଥିଲେ । କିଛି ସମସ୍ୟା ପାଇଁ ବିକାଶଙ୍କ ସହ କଥା ମଧ୍ୟ ବନ୍ଦ କରିଦେଇଥିଲେ ସେ । ହେଲେ ଏବେ ନିଜ ପବ୍ଲିସିଟି ପାଇଁ କାହାଣୀ କହୁଛନ୍ତି ବିକାଶ । ଯାହା ତାଙ୍କୁ ବନ୍ଦ କରିଦେବା କଥା । ଯଦି ପ୍ରତ୍ୟୁଷା ଆଜି ବଞ୍ଚିଥାଆନ୍ତେ ତେବେ ତାଙ୍କୁ ଚାପୁଡା ମାରିଥାଆନ୍ତେ ତାଙ୍କର ଏପରି ବୟାନରେ ।’

ଏହାବ୍ୟତୀତ ରାହୁଲ ଆହୁରି କହିଛନ୍ତି, ‘ପ୍ରତ୍ୟୁଷା ତାଙ୍କ ସମ୍ପର୍କ ବିଷୟରେ ସର୍ବଦା ଖୋଲା ରହିଆସିଛନ୍ତି | ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଲୁଚାଇ ନଥିଲେ | ବିକାଶ କେବଳ ପରିସ୍ଥିତିର ଲାଭ ଉଠାଉଛନ୍ତି କାରଣ ତାଙ୍କ ଏହି ଦାବି ଉପରେ ଜବାବ ଦେବା ମଣିଷ ଦୁନିଆରେ ନାହାଁନ୍ତି ବୋଲି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.