ETV Bharat / sitara

କୁଶଲଙ୍କ ଜନ୍ମବାର୍ଷିକୀରେ ଭାବବିହ୍ବଳ ଅପୂର୍ବ

author img

By

Published : Apr 23, 2020, 9:42 PM IST

ବୈବାହିକ ଜୀବନରେ ଅସନ୍ତୋଷ ହୋଇ ଆତ୍ମହତ୍ୟା କରିଥିଲେ ଟେଲି ଜଗତର ଲୋକପ୍ରିୟ ଅଭିନେତା କୁଶଲ ପଞ୍ଜାବୀ। ଏବେ ତାଙ୍କ ଜନ୍ମବାର୍ଷିକୀରେ ଇମୋଶନାଲ ହେଲେ ଅପୂର୍ବ ଅଗ୍ନିହୋତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅପୂର୍ବ ଅଗ୍ନିହୋତ୍ରୀ

ମୁମ୍ବାଇ: ଟିଭିର ଫେମସ ଅଭିନେତା କୁଶଲ ପଞ୍ଜାବୀଙ୍କ ମୃତ୍ୟୁକୁ ଚାରି ମାସ ବିତିଗଲାଣି । ସେ ନିଜ ଆପାର୍ଟମେଣ୍ଟରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ସବୁ ମହଲରେ ଶୋକର ଛାୟା ଖେଳିଯାଇଥିଲା । ଗୁରୁବାର ତଥା ଏପ୍ରିଲ 23ରେ ତାଙ୍କ ଜନ୍ମବାର୍ଷିକୀ । ଏହି ଅବସରରେ ତାଙ୍କ ବନ୍ଧୁ ତଥା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଭାବବିହ୍ବଳ ପୋଷ୍ଟ ଲେଖି ସେୟାର କରିଛନ୍ତି । ପୋଷ୍ଟରେ ଅପୂର୍ବ ତାଙ୍କ ସହ ଦ୍ବିତୀୟଥର ଦେଖା ହେବା ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି ।

କୁଶଲଙ୍କ ସହ ନିଜର ଏକ ପୁରୁଣା ଫଟୋ ସେୟାର କରି ସେ ଲେଖିଛନ୍ତି, ‘ମୁଁ ଠିଆ ହୋଇ ଭାଇକୁ ଦେଖୁଥିଲି । ମୁଁ ଏହି ଭାଇଙ୍କ ପାଇଁ ଗୋଟିଏ ବୁନ୍ଦା ଲୁହ ଗଡାଇନାହିଁ । କାରଣ ସେ ସବୁବେଳେ ସ୍ବାଧୀନ ରୂପେ ବଞ୍ଚିବାକୁ ଚାହୁଁଥିଲା । ଆଉ ଜୀବନକୁ ଖୁବ୍ ପ୍ରେମ କରୁଥିଲା । ତେଣୁ ମୋ ଭାଇ ସେହି ପର୍ଯ୍ୟନ୍ତ ଯାତ୍ରା କର ଯେପର୍ଯ୍ୟନ୍ତ ଆମେ ପୁଣି ଦେଖା ନ ହେଉଛେ। ତୁମେ ସର୍ତ୍ତ ଲଗାଇ ନିଅ ଯେବେ ମୋ ସମୟ ଆସିବ ମୁଁ ଚେହେରାରେ ହସ ଦେଖିବାକୁ ମିଳିବ। ସେହି ପର୍ଯ୍ୟନ୍ତ ତୁମେ ତୁମର ଖାସ୍ ଦିନକୁ ଭରପୁର ମଜା କର। ଜନ୍ମବାର୍ଷିକୀରେ ଅନେକ ଅନେକ ଶୁଭକାମନ।’

ପ୍ରକାଶ ଥାଉକି କୁଶଲଙ୍କ ସହ ଅପୂର୍ବଙ୍କ ଇନଷ୍ଟାଗ୍ରାମରେ ଅନେକ ଫଟୋ ଅଛି। ଫଟୋକୁ ଦେଖି ଅନ୍ଦାଜ ଲଗାଯାଇପାରିବ କି ଅପୂର୍ବଙ୍କ ସହ କୁଶଲଙ୍କୁ ବାଇକ ଯାତ୍ରା କରିବା ଖୁବ୍ ପସନ୍ଦ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.