ମୁମ୍ବାଇ: ଛୋଟ ପରଦାର ଫେମସ ଅଭିନେତା ଧୀରଜ ଧୂପର ଚିନ୍ତାରେ। ହ୍ୟାକ ହେଲା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ। ଏହାର ସୂଚନା ସେ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି। ଏହି ମାମଲାରେ ସେ ଅଭିଯୋଗ ମଧ୍ୟ ରୁଜୁ କରିଥିଲେ।
‘କୁଣ୍ଡଲୀ ଭାଗ୍ୟ’ରେ କରନ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ଚେହରା ସାଜିଛନ୍ତି ସେ। ଟ୍ବିଟରରେ ସେ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହେବା ସୂଚନା ଦେଇ ଲେଖିଛନ୍ତି, କେହି ତାଙ୍କ ଇନଷ୍ଟାଗ୍ରାମ, ଫେସବୁକ ଆକାଉଣ୍ଟକୁ ହ୍ୟାକ କରିଥିଲେ। ଅନେକ ସମସ୍ୟା ପରେ ସେ ଆକାଉଣ୍ଟର ରିକଭର କରିବାରେ ସଫଳ ହୋଇଛନ୍ତି।’
କିଛି ଦିନ ପୂର୍ବରୁ ଯାଇଥିବା ମେସେଜକୁ ଅଣଦେଖା କରିବାକୁ। ତାଙ୍କୁ ନେଇ ଅନେକ ପ୍ରକାର ସ୍କ୍ରିନସଟ ମଧ୍ୟ ସେୟାର ହୋଇଛି । ଯାହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ଧୀରଜ ।