ETV Bharat / sitara

'ଏଣ୍ଟରଟେନମେଣ୍ଟ ଇଣ୍ତଷ୍ଟ୍ରିରେ କଳାକାରମାନେ ଅସୁରକ୍ଷିତ' - khushboo kamal

ଟିଭି ଶୋ 'ଜିଜାଜୀ ଛତ ପର୍ ହେ'ର ଅଭିନେତ୍ରୀ ଖୁସବୁ କମଲ କହିଛନ୍ତି, ଏଣ୍ଟରଟେନମେଣ୍ଟ ଇଣ୍ତଷ୍ଟ୍ରିରେ କଳାକାରମାନେ ଅସୁରକ୍ଷିତ ଅଟନ୍ତି । କାରଣ ଆମର ବିଜନେସରେ କୌଣସି ନିଶ୍ଚିତତା ନାହିଁ । ଅଧିକ ପଢନ୍ତୁ...

khushboo kamal actors are very insecure
ଏଣ୍ଟରଟେନମେଣ୍ଟ ଇଣ୍ତଷ୍ଟ୍ରିରେ କଳାକାରମାନେ ବହୁତ ଅସୁରକ୍ଷିତ
author img

By

Published : Jun 28, 2020, 7:47 PM IST

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଖୁସବୁ କମଲ କହିଛନ୍ତି, ଏଣ୍ଟରଟେନମେଣ୍ଟ ଇଣ୍ତଷ୍ଟ୍ରିରେ ଅନେକ ଅନିଶ୍ଚିତତା ରହିଛି ଏବଂ ତେଣୁ କଳାକାରମାନେ ଅସୁରକ୍ଷିତ ।

ଖୁସବୁ କହିଛନ୍ତି, କଳାକାରମାନେ ଅତ୍ୟନ୍ତ ଅସୁରକ୍ଷିତ । କାରଣ ଆମର ବିଜନେସରେ କୌଣସି ନିଶ୍ଚିତତା ନାହିଁ । ଯେମିତି କି, ଆଜି ଆମେ ଏକ ଶୋ କରୁଛୁ ଏବଂ ଆମେ ଏକ ବର୍ଷ ପାଇଁ ଏଗ୍ରିମେଣ୍ଟ ସାଇନ କରୁଛୁ । କିନ୍ତୁ ହଠାତ୍ 3 ମାସ ପରେ ଆମେ ଜାଣିବାକୁ ପାଉଛୁ ଯେ, ଆମର ଚରିତ୍ର ଏହି ଶୋ ପାଇଁ ଆଉ ଆବଶ୍ୟକ ନାହିଁ । ଯାହାର ଅର୍ଥ ହେଉଛି ଆପଣ ଆଉ ଏହି ଶୋ ର ଅଂଶ ହେବେ ନାହିଁ ।

'ଜିଜାଜୀ ଛତ ପାର ହେ' ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, ଜଣେ କଳାକାର ଭାବରେ ଆମେ ଅଡିସନ୍ ଦେଇଥାଉ, ଲୁକ୍ ଟେଷ୍ଟ୍, ଏବଂ ମକ୍ ସୁଟ୍ କରୁଥାଉ ଏବଂ ତାପରେ ଆମେ ଏକ ପ୍ରମୁଖ ଚରିତ୍ର ପାଇଁ ମନୋନୀତ ହୋଇଥାଉ । କିନ୍ତୁ କିଛି ମାସ ପରେ ଆମେ ଜାଣିବାକୁ ପାଇଥାଉ ଯେ, ଆମେ ଶୋ ରୁ ବାହାର ହୋଇଯାଇଛୁ । ଏହା ଆପଣମାନଙ୍କୁ ଅସୁରକ୍ଷିତ ମନେ କରିବ ନାହିଁ ? ।

ମୁଁ ଇଣ୍ଡଷ୍ଟ୍ରିରେ ଯାହା ପାଇବା ଉଚିତ୍ ତାହା ଏପର୍ଯ୍ୟନ୍ତ ପାଇନାହିଁ । କିନ୍ତୁ ମୁଁ ସକରାତ୍ମକତା ସହ ଇଣ୍ଡଷ୍ଟ୍ରିରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.