ମୁମ୍ବାଇ: ଦୁଃସାହସିକ ରିଆଲିଟି ଶୋ' ଖତରୋଁ କେ ଖିଲାଡି ସିଜନ ୧୧ର ଟ୍ରଫି ଜିତିଛନ୍ତି ଲୋକପ୍ରିୟ ଟେଲିଭିଜନ ତାରକା ଅର୍ଜୁନ ବିଜଲାନୀ । ତେବେ ସେ ଟ୍ରଫିକୁ ନିଜ ପୁଅ ଆୟାନକୁ ଡେଡିକେଟ କରିଛନ୍ତି । ଏହି ଶୋ'ର ସୁଟିଂ କେପଟାଉନ, ସାଉଥ ଆଫ୍ରିକାରେ ସୁଟିଂ ହୋଇଥିବା ବେଳେ କଲର୍ସରେ ପ୍ରସାରଣ ହେଉଥିଲା । ଏହି ଟ୍ରଫି ଜିତିବା ପରେ ଅର୍ଜୁନ ବେଶ ଖୁସିଥିବା କହିଛନ୍ତି ।
-
#KKKGrandFinale Darr Vs dare ka winner haiiiii @Thearjunbijlani!!!
— ColorsTV (@ColorsTV) September 26, 2021 " class="align-text-top noRightClick twitterSection" data="
Tell us your reaction 😲 in the comments below. pic.twitter.com/lEYQoJ3rs9
">#KKKGrandFinale Darr Vs dare ka winner haiiiii @Thearjunbijlani!!!
— ColorsTV (@ColorsTV) September 26, 2021
Tell us your reaction 😲 in the comments below. pic.twitter.com/lEYQoJ3rs9#KKKGrandFinale Darr Vs dare ka winner haiiiii @Thearjunbijlani!!!
— ColorsTV (@ColorsTV) September 26, 2021
Tell us your reaction 😲 in the comments below. pic.twitter.com/lEYQoJ3rs9
ଏହି ରିଆଲିଟି ଶୋ'କୁ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ କରୁଥିଲେ । ଟ୍ରଫି ଜିତିବା ପରେ ଅର୍ଜୁନ କହିଛନ୍ତି ଯେ କେପଟାଉନରେ ସୁଟିଂ ବହୁତ ଲମ୍ବା ସମୟ ଧରି ହୋଇଥିଲା । ସେ ନିଜ ପୁଅ ଆୟାନ ପାଇଁ ଏହି ଶୋ'କୁ ଜିତିବାକୁ ଚାହୁଁଥିଲେ । ତେବେ ଶୋ' ଜିତିବା ପରେ ସେ ବେଶ ଖୁସିଥିବା କହିଛନ୍ତି । ଫାଇନାଲ ରାଉଣ୍ଡରେ ତାଙ୍କ ନାମ ଘୋଷଣା ହେବା ପରେ ସେ ଖୁବ ଖୁସିଥିଲେ ବୋଲି କହିଛନ୍ତି । ଏହି ଶୋ'କୁ ଜିତିବା ପାଇଁ ଆୟାନ ଅର୍ଜୁନଙ୍କୁ କହିଥିଲେ । ଟ୍ରଫି ଜିତିବା ଶିଶୁଙ୍କ ପାଇଁ ଏକ ବଡ ଜିନିଷ ହୋଇଥିବାରୁ ସେ ଖତରୋଁ କେ ଖିଲାଡିର ଟ୍ରଫି ଜିତି ବହୁତ ଖୁସିଥିବା କହିଛନ୍ତି ।
-
Khiladiyon ke khiladi, aur #KKK11 ke winner @Thearjunbijlani ko hum sab ki ore se bahut bahut shubhkaamnayein! pic.twitter.com/7Nib2lwtEP
— ColorsTV (@ColorsTV) September 26, 2021 " class="align-text-top noRightClick twitterSection" data="
">Khiladiyon ke khiladi, aur #KKK11 ke winner @Thearjunbijlani ko hum sab ki ore se bahut bahut shubhkaamnayein! pic.twitter.com/7Nib2lwtEP
— ColorsTV (@ColorsTV) September 26, 2021Khiladiyon ke khiladi, aur #KKK11 ke winner @Thearjunbijlani ko hum sab ki ore se bahut bahut shubhkaamnayein! pic.twitter.com/7Nib2lwtEP
— ColorsTV (@ColorsTV) September 26, 2021
ଅର୍ଜୁନଙ୍କ ସହିତ ଫାଇନାଲ ରାଉଣ୍ଡରେ ଅନ୍ୟତମ ଲୋକପ୍ରିୟ ଟିଭି ତାରକା ଦିବ୍ୟଙ୍କା ତ୍ରିପାଠୀ, ଶ୍ବେତା ତିୱାରୀ, ବିଶାଲ ଆଦିତ୍ୟ ସିଂ, ସିଙ୍ଗର ରାହୁଲ ବୈଦ୍ୟ ଓ ବରୁନ ସୁଦ ପ୍ରମୁଖ ରହିଥିଲେ । ଅର୍ଜୁନ ଲୋକପ୍ରିୟ ଟେଲିଭିଜନ ଶୋ' ନାଗିନ, ମେରି ଆଶିକି ତୁମ ସେ ହି, ମିଲେ ଜବ ହମ ତୁମ ଓ ଲେଫ୍ଟ ରାଇଟ ଲେଫ୍ଟ ଭଳି ସିରିଏଲରେ ନିଜ ଅଭିନୟର ଯାଦୁ ଦେଖାଇ ପ୍ରଶଂସକଙ୍କ ହୃଦୟକୁ କିଣିଛନ୍ତି । ଏହି ଶୋ'କୁ ଆସିବା ବେଳେ ସେ ଷ୍ଟଣ୍ଟ୍ସ କରିପାରିବେ କି ନାହିଁ ଦ୍ବନ୍ଦ୍ବରେ ଥିଲେ । ମାତ୍ର ଶେଷରେ ଏହି ଦୁଃସାହସିକ ଶୋ'ର ବିଜେତା ହୋଇପାରିଛନ୍ତି ।
ପୂର୍ବ ସିଜିନରେ ମଧ୍ୟ ଶୋ'ରେ ଅଭିନୟ କରିବା ପାଇଁ ଅର୍ଜୁନଙ୍କ ନିକଟକୁ ଅଫର ଆସିଥିଲା । ମାତ୍ର ସେ ଏସବୁ ଷ୍ଟଣ୍ଟସ କରିପାରିବେ କି ନାହିଁ ସେ ସମ୍ପର୍କରେ ଭାବି ମନା କରୁଥିଲେ । ମାତ୍ର ଏଭଳି ଶୋ' ଜୀବନରେ ଥରେ କରିବାକୁ ମିଳେ ବୋଲି କହି ଅର୍ଜୁନଙ୍କ ବନ୍ଧୁ ତାଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ସେ ନିଜ ଭିତରେ ବିଶ୍ବାସ ଜୁଟାଇ ଶୋ'ରେ ଭାଗ ନେଇଥିଲେ ।
ତେବେ ସୂଚନା ଥାଉ କି ୪୨ ଦିନ ଧରି ଦକ୍ଷିଣ ଆଫ୍ରିକାର କେପଟାଉନରେ କୋରୋନା କଟକଣା ସହିତ ଶୋ'ର ସୁଟିଂ ହୋଇଥିଲା । କୋରୋନା ମହାମାରୀ ପରେ ଏହି ଶୋ' ମାଧ୍ୟମରେ ସେ ପ୍ରଶଂସକଙ୍କ ସହିତ ଯୋଡି ହୋଇପାରିଥିବାରୁ ଖୁସିଥିବା କହିଛନ୍ତି । ସେପଟେ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଦହିୟା ଫାଷ୍ଟ ରନର୍ସ-ଅପ ହୋଇଛନ୍ତି ।
@PTI