ETV Bharat / sitara

ଆରମ୍ଭ ହେଲା 'କେବିସି'ର ରେଜିଷ୍ଟ୍ରେସନ

ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ଶୋ 'କେବିସି' । ଯାହାର ରେଜିଷ୍ଟ୍ରେସନ ବୁଧବାର ରାତି 9ଟାରୁ ଆରମ୍ଭ ହୋଇଯାଇଛି ।

author img

By

Published : May 2, 2019, 9:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ନୂଆଦିଲ୍ଲୀ: ବିଗ-ବି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ଶୋ 'କୌନ ବନେଗା କରୋଡପତି'(କେବିସି) ନିଜର 11ତମ ସିଜନ ସହ ଖୁବ୍ ଶୀଘ୍ର ଟିଭିରେ ଅନଏୟାର ହେବାକୁ ଯାଉଛି । ଏହି ଗେମ ଶୋରେ ଭାଗ ନେବା ପାଇଁ ବୁଧବାର ରାତି 9ଟାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ଜରିଆରେ ଆପଣ 'କେବିସି'ର ଭାଗ ନେଇପାରିବେ ।

ଜଣାଇ ଦେଉଛୁ ଯେ ଅମିତାଭ 'କେବିସି'ର ନୂଆ ସିଜନର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିଛି ଦିନ ପୂର୍ବରୁ ସେ ନିଜ ବ୍ଲଗରେ ଲେଖିଥିଲେ, "କେବିସିର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି ଏହାର ପରିଚୟ, ସିଷ୍ଟମ, ନୂଆ ଇନପୁଟକୁ ଶିଖିବା , ଅଭ୍ୟାସ କରିବା ଏବଂ ଆଗାମୀ ବର୍ଷ ପାଇଁ ପ୍ରସ୍ତୁତି ଖୁବ୍ ଜୋରସୋରରେ ଚାଲିଛି ।"

ପ୍ରକାଶ ଥାଉକି କି ଏହି ପ୍ରଶ୍ନଉତ୍ତର ଖେଳଟି 2000 ମସିହାରେ ଆରମ୍ଭ ହୋଇଥିଲା । ଖୁବ୍ ଶୀଘ୍ର ଶୋଟି 19 ବର୍ଷରେ ପାଦ ଥାପିବାକୁ ଯାଉଛି । ଏହାର 17ଟି ଶୋକୁ ବିଗ-ବି ହୋଷ୍ଟ କରିସାରିଛନ୍ତି । 'କେବିସି'ଟି ବ୍ରିଟିଶ ଟିଭି ଶୋ 'Who Wants to be Millionaire'ର ହିନ୍ଦୀ ରିମେକ ।

ଶୋରେ ରେଜିଷ୍ଟ୍ରେସନ କରିବା ପାଇଁ ଆପଣ ଅମିତାଭଙ୍କ ପ୍ରଶ୍ନର ଉତ୍ତର SMS, KBC MOBIL APP, IVRS SONY LIVE APP ଜରିଆରେ ଦେଇପାରିବେ । ଏହା ବ୍ୟତୀତ ଭିଡିଓ ଆପ ହଟଷ୍ଟାରରେ ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବେ । ସବୁଠାରୁ ଅଧିକା ପ୍ରଶ୍ନର ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଅଡିଶନ ପାଇଁ ସଟଲିଷ୍ଟ କରାଯିବ । ଏହାପରେ ପ୍ରତିଯୋଗୀଙ୍କୁ 'କେବିସି ସିଜନ-11'ରେ ସେଲେକ୍ଟ ହେବା ପାଇଁ ଭିଡିଓ ଅଡିଶନ ଟେଷ୍ଟ ଦେବାର ଆବଶ୍ୟକତା ଅଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.