ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ କିଛି ନୂତନ ନିର୍ଦ୍ଦେଶାବଳୀ ସହିତ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ବଲିଉଡର କିଛି ନିର୍ମାତା, ନିର୍ଦ୍ଦେଶକ, ଏବଂ କଳାକାରମାନେ ନିଜ ଘରୁ ବାହାରକୁ ବାହାରୁଛନ୍ତି ।
ଏହି ସମୟରେ ଅଭିନେତା ସଞ୍ଜୟ ମିଶ୍ର ଏବଂ କରଣଭୀର ବୋହରା ବର୍ତ୍ତମାନ ସେମାନଙ୍କ ଚଳଚ୍ଚିତ୍ର କୁତୁବ ମିନାର ପାଇଁ ଡେରାଡୁନ ନିକଟରେ ସୁଟିଂ କରୁଛନ୍ତି ।
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ରାଜ ଆଶୁ । ଏଥିସହିତ ଫିଲ୍ମରେ ମିନିଶା ଲମ୍ବା, ତ୍ରିଦା ଚୌଧୁରୀ, ସୁମିତ ଗୁଲାଟି ପ୍ରମୁଖ ଭୂମିକାରେ ମଧ୍ୟ ନଜର ଆସିବେ ।
ଫିଲ୍ମ ବିଷୟରେ ରାଜ କହିଛନ୍ତି,“ଆମେ ଡେରାଡୁନ ଠାରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଥିବା ଏକ ରିସୋର୍ଟରେ ଏକ ସପ୍ତାହରୁ ସୁଟିଂ କରୁଛୁ । ଏହା ଏକ ସୁନ୍ଦର ସ୍ଥାନ । ପର୍ବତ ଦ୍ବାରା ଘେରି ରହିଛି । ପୁରା କାଷ୍ଟ ଏବଂ କ୍ରୁ ରିସର୍ଟରେ ରହିଛନ୍ତି । ଯେଉଁଠାରେ ଏକ ଫିଲ୍ମ ସେଟ୍ ତିଆରି କରାଯାଇଛି । ଆମେ ନିଜ ପାଇଁ ପୁରା ସ୍ଥାନ ବୁକ୍ କରିଛୁ । ମହାମାରୀ ସମୟରେ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ନିଆଯାଉଛି ।
ସୁଟିଂ ବିଷୟରେ କରଣଭୀର କହିଛନ୍ତି, “ଡେରାଡୁନରେ ସୁଟିଂ କରି ମୁଁ ବହୁତ ଖୁସି । ଏଠାରେ ମୁଁ ସତେଜ ଅନୁଭବ କରୁଛ, ବିଶେଷତଃ ଏଠାରେ ଖାଦ୍ୟ ମତେ ବହୁତ ପସନ୍ଦ । ଏଠାର ଲୋକ ମଧ୍ୟ ବହୁତ ସ୍ନେହଶୀଳ । ବାସ୍ତବରେ, ସଞ୍ଜୟ ଏବଂ ମୁଁ ଏଠାରେ କିଛି ଦିନ ରହିବାକୁ ଯୋଜନା କରୁଥିଲୁ ।