ନୂଆଦିଲ୍ଲୀ: କମେଡି କିଙ୍ଗ କପିଲ ଶର୍ମାଙ୍କ ପପୁଲାର ଶୋ ‘ଦ କପିଲ ଶର୍ମା’ ସର୍ବଦା ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥାଏ । କପିଲ ତାଙ୍କ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ଏକ ସମୟରେ ଅଭିନେତାଙ୍କ କ୍ୟାରିୟର ବନ୍ଦ ହୋଇଯାଇଥିଲା । ସେ ଡିପ୍ରେସନର ଶିକାର ହୋଇଥିଲେ ଏବଂ ତାଙ୍କର ଓଜନ ବଢିଯାଇଥିଲା ।
- " class="align-text-top noRightClick twitterSection" data="
">
କିନ୍ତୁ ଲକଡାଉନ ସମୟରେ କପିଲ ତାଙ୍କ ଫିଟନେସ ଉପରେ କଠିନ ପରିଶ୍ରମ କରିଛନ୍ତି । ଏବେ ସେ ପୁଣି ଫିଟ୍ ନଜର ଆସିଛନ୍ତି ।
ନିକଟରେ, ଦ କପିଲ ଶର୍ମା ଶୋ’ର ଏବେ କିଛି ଏପିସୋଡରେ କପିଲ ବହୁତ ଫିଟ୍ ଦେଖାଯାଉଛନ୍ତି । ସେ 11 କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ।
କପିଲ ନିଜେ ସୋ ରେ କହିଛନ୍ତି ଯେ, ସେ 11 କିଲୋଗ୍ରାମ ହ୍ରାସ କରିଛନ୍ତି ।
ସୋ’ର ଏକ ବିଟିଏସ୍ ଭିଡିଓ ଅର୍ଚ୍ଚନା ପୁରଣ ସିଂ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ କପିଲ ନିଜର ପ୍ରଶଂସା କରି କହୁଛନ୍ତି ଯେ ସେ ନିଜର ଓଜନ 92 ରୁ 81 କିଲୋଗ୍ରାମକୁ ହ୍ରାସ କରିଛନ୍ତି ।