ମୁମ୍ବାଇ: ବଲିଉଡ ଗାୟିକା କନିକା କପୁର କରୋନାଭାଇରସ ସହ ଯୁଦ୍ଧରେ ଜିତିଛନ୍ତି । କନିକା ସୁସ୍ଥ ହେବା ପରେ ସେ ତାଙ୍କ ପରିବାର ସହିତ ତାଙ୍କ ଘରେ ସମୟ ବିତାଉଛନ୍ତି ।
ଗାୟିକା କନିକା କରୋନା ପୀଡିତାଙ୍କ ପାଇଁ ତାଙ୍କ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ରିପୋର୍ଟ ଅନୁଯାୟୀ, ତାଙ୍କର ରକ୍ତରେ ହିମୋଗ୍ଲୋବିନ କମ ଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ପଡିବ ।
କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ପ୍ରଫେସର ଏମଏଲବି ଭଟ୍ଟ ମଙ୍ଗଳବାର ଦିନ କହିଛନ୍ତି ଯେ, ପ୍ଲାଜମା ଦାନ କରିବା ପାଇଁ କନିକାଙ୍କ ପରୀକ୍ଷା କରାଯାଇଥିଲା । ତାଙ୍କ ରକ୍ତରେ ଥିବା ସମସ୍ତ ପାରାମିଟରଗୁଡିକ ପ୍ରାୟ ଠିକ ଥିଲା । କିନ୍ତୁ ହିମୋଗ୍ଲୋବିନ କମ ଥିବାରୁ ପ୍ଲାଜମା ଦାନ ପାଇଁ ତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ।
ନିକଟରେ କନିକା ଲଣ୍ଡନରୁ ଫେରିବା ପରେ ମାର୍ଚ୍ଚ 20ରେ ତାଙ୍କର କୋରୋନାଭାଇରସ ପରୀକ୍ଷା କରାଯାଇ ପଜିଟିଭ ଆସିଥିଲା। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସେ ଠିକ ଅଛନ୍ତି ଏବଂ ତାଙ୍କ ପରିବାର ସହ ଘରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ