ହାଇଦ୍ରାବାଦ: ଟେଲିଭିଜନ ଅଭିନେତା ଜୟ ଭାନୁଶାଲୀ ବୁଧବାର କନ୍ୟା ସନ୍ତାନର ପିତା ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି ଜୟ । ବେବୀ ଗର୍ଲ ସହ ଏକ ଫଟୋ ସେୟାର କରି ଧନ୍ୟବାଦ ଜଣାଇଛି ଉଭୟ ମାହୀ ଓ ଜୟ ।
ଏହାପରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟି ଥିଲା । ନିକଟରେ ଏହି ଖୁସି ଖବର ଦେଇ ବେବୀ ଗର୍ଲ ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ ଜୟ ।