ମୁମ୍ବାଇ: ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ(ଆଈବି) ସବୁ ପ୍ରାଇଭେଟ ସାଟେଲାଇଟ ଚ୍ୟାଲେକକୁ ଆଦେଶ ଦେଇ କହିଛନ୍ତି କି ଡାନ୍ସ ରିୟାଲିଟି ଭଳି ଶୋ ଏବଂ ଅନ୍ୟ କାର୍ଯ୍ୟକ୍ରମରେ ଛୁଆଙ୍କ ଅଶ୍ଲୀଳ ଡାନ୍ସ ପ୍ରସାରଣ କରିବେ ନାହିଁ । ଅନେକ ଡାନ୍ସ ରିୟାଲିଟି ଟିଭି ଶୋରେ ଛୋଟ ଛୁଆଙ୍କ ଅଶ୍ଲୀଳ ଡାନ୍ସ ପ୍ରସାରଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ଆଈବି ।
ଆଈବି ପକ୍ଷରୁ ଜାରି ହୋଇଥିବା ବୟାନ ଅନୁଯାୟୀ ଏପରି ଡାନ୍ସ(ମୁଭ୍ସ) ପ୍ରାୟତଃ ଅଶ୍ଳୀଳ ଏବଂ କମ ବୟସ ହିସାବରେ ଭୁଲ ଅଟେ । ଛୁଆଙ୍କ ଉପରେ ଏହାର ଖରାପ ପ୍ରଭାବ ପଡୁଛି । ବହୁତ କମ ଏବଂ ଶିଖିବା ଆୟୁରେ ତାଙ୍କ ଉପରେ ଖରାପ ପ୍ରଭାବ ପଡିବା ଦ୍ବାରା ତାଙ୍କ ଭବିଷ୍ୟତ ମଧ୍ୟ ସଠିକ୍ ହେଉପାରିବ ନାହିଁ ।
ସବୁ ଚ୍ୟାନେଲକୁ ଦିଆଯାଇଥିବା ପରାମର୍ଶରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କହିଛନ୍ତି କି ସବୁ ପ୍ରାଇଭେଟ ସେଟେଲାଇଟ ଚ୍ୟାନେଲଙ୍କ ଠାରୁ ଏହା ଅପେକ୍ଷା କରାଯାଉଛି ଯେ ସେ କେବଳ ଟିଭି ନେଟୱର୍କ(ନିୟମ) ଅଧିନିୟମ, 1995 ଧାରରେ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ କୋଡର ପାଳନ କରନ୍ତୁ ।
ଏହି ନିୟମ ଅନୁଯାୟୀ ଟିଭିରେ ପ୍ରସାରଣ ହେଉଥିବା କୌଣସି ମଧ୍ୟ କାର୍ଯ୍ୟକ୍ରମରେ ଛୁଆଙ୍କୁ ଭୁଲ ରୂପେ ଉପସ୍ଥାପନ କରାନଯାଉ । ଏହାସାହ ଛୁଆଙ୍କ ପାଇଁ ତିଆରି ହୋଇଥିବା କାର୍ଯ୍ୟକ୍ରମରେ ଅଶ୍ଳୀଳ ଭାଷା ତଥା ହିଂସା ଦୃଶ୍ୟର ପ୍ରଯୋଗ ମଧ୍ୟ ନକରାଯାଉ ।