ମୁମ୍ବାଇ: ବିଗ୍ ବସ୍ ଫେମ ହିମାଂଶୀ ଖୁରାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ 3 ଦିନ ପୂର୍ବରୁ କହିଥିଲେ ଯେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବାହାରିଛି ।
ଏହା ପରେ ତାଙ୍କୁ ଘରେ ରଖାଯାଇଥିଲା ଏବଂ ସେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ହିମାଂଶୀ ଏବେ ବି ଡାକ୍ତରଖାନାରେ ଅଛନ୍ତି । ତାଙ୍କୁ ଜ୍ବର ଅଧିକ ହୋଇଥିବାରୁ ତାଙ୍କୁ ଲୁଧିଆନା ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନରେ ହିମାଂଶୀ ଅଛନ୍ତି ।
ହିମାଂଶୀ 25 ସେପ୍ଟେମ୍ବରରେ ଏକ ରାଲିରେ ଯୋଗ ଦେଇଥିଲେ । ସେହି ରାଲିରେ ଭିଡ଼ ଏବଂ ଲୋକଙ୍କ ସହ ଯୋଗାଯୋଗ ହେତୁ ହିମାଂଶୀ କୋରୋନା ସଂକ୍ରମିତ ହୋଇଥିଲେ ।
ପ୍ରକାଶ ଥାଉ ଯେ, ହିମାଂଶୀଙ୍କ ପୂର୍ବରୁ ଶ୍ବେତା ତିୱାରୀ, ରାଜେଶ୍ବରୀ ସଚ୍ଚଦେବ, ହିମାନୀ ଶିବପୁରୀ, ହିମାଂଶୁ ସୋନି, ଶ୍ରେନୁ, କରମ୍ ରାଜପାଲ, ସଞ୍ଜୟ ଗଗନାନି ଏବଂ ରାହୁଲ ସୁଧୀରଙ୍କ ସମେତ ଅନେକ ଟିଭି ସେଲିବ୍ରିଟି କୋରୋନାରେ ସଂକ୍ରମିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ