ନୂଆଦିଲ୍ଲୀ: ଗାୟିକା ନେହା କକ୍କରଙ୍କ ବିବାହ ପରେ ଏବେ ମଡେଲ ତଥା ଅଭିନେତ୍ରୀ ଗୌହର ଖାନଙ୍କ ଘରେ ଖୁସିର ମାହୋଲ ଖେଳିବାକୁ ଯାଉଛି । ଗୌହର 25 ଡିସେମ୍ବରରେ ଇସମାଇଲ ଦରବାରଙ୍କ ପୁଅ ଜୈଦ ଦରବାରଙ୍କୁ ବିବାହ କରିବେ ।
କିନ୍ତୁ ଏହାପୂର୍ବରୁ ଏହି ଦମ୍ପତି କିଛି ଦିନ ପାଇଁ ଦୁବାଇ ଟ୍ରିପରେ ଯାଇଛନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ, ଗୌହର ଏବଂ ଜୈଦ ସେମାନଙ୍କ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେମାନେ ଦୁବାଇର ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି ।
ଖବର ଅନୁଯାୟୀ, ଗୌହର-ଜୈଦ 3-4 ଦିନ ପରେ ଦୁବାଇରୁ ଫେରିବେ ।
କୁହାଯାଉଛି ଯେ, ଗୌହରଙ୍କ ଦୁବାଇରେ କିଛି କାମ ଥିଲା ତେଣୁ ସେ ଜୈଦଙ୍କୁ ତାଙ୍କ ସହ ଯିବାକୁ କହିଥିଲେ । ଏହା ପରେ ଦୁହେଁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି ।
ପ୍ରକାଶ ଥାଉ ଯେ, ଏବେ ଗୌହର ଏବଂ ଜୈଦଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେମାନଙ୍କ ବିବାହ ରୀତିନୀତି 2 ଦିନ ଚାଲିବ ଏବଂ ଏହି ବିବାହ ମୁମ୍ବାଇର ଏକ ହୋଟେଲରେ ହେବ ।