ନୂଆଦିଲ୍ଲୀ: 2020କୁ ସର୍ବଦା ମନେ ରଖିବା ପାଇଁ ନୂଆ ବନ୍ଧନରେ ଖୁବଶୀଘ୍ର ଆବଦ୍ଧ ହେବାକୁ ଯାଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ଗୌହର ଖାନ ଓ କୋରିଓଗ୍ରାଫ ଜୈଦ ଦରବାର । ଏବେ ଦୁଇଜଣଙ୍କ ପରିବାରରେ ଖୁସିର ଲହରୀ ।
ଗୌହର ଆଜି ଜୈଦଙ୍କୁ ବିବାହ କରିବାକୁ ଯାଉଛନ୍ତି । ଗୌହରଙ୍କ ବିବାହ ରୀତିନୀତି ଡିସେମ୍ବର 22 ରୁ ଆରମ୍ଭ ହୋଇଯାଇଛି । ଏହି ବିବାହ କେବଳ ମୁମ୍ବାଇରେ ଆୟୋଜିତ ହେବ, ଯେଉଁଥିରେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯିବ ।
- " class="align-text-top noRightClick twitterSection" data="
">
- " class="align-text-top noRightClick twitterSection" data="
">
ଏହାପୂର୍ବରୁ ସୋସିଆଲ ମିଡିଆରେ ଗୌହରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟଟି ଗୌହରଙ୍କ ମେହେନ୍ଦି ସମାରୋହର । ଯେଉଁଥିରେ ଗୌହରଙ୍କୁ ହଳଦିଆ ସାଲଓ୍ବାର ପିନ୍ଧି ହାତରେ ମେହେନ୍ଦୀ ଲଗାଇଥିବାର ଦେଖିବାକୁ ମିଳିଛି ।
ଗୌହର ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, 'ମେହେନ୍ଦି କି ରାତ ଆଇ' ଏହି ପୋଷ୍ଟ ସହିତ ଗୌହର ତାଙ୍କ ପୋଷାକ ପାଇଁ ତାଙ୍କ ଭାଇ ଅସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ବାସ୍ତବରେ, ଗୌହର ମେହେନ୍ଦି ସମାରୋହରେ ପିନ୍ଧିଥିବା ପୋଷାକକୁ 4 ବର୍ଷ ପୂର୍ବେ ଗୌହରଙ୍କୁ ଅସଦ ଉପହାର ଦେଇଥିଲେ ।
ଏହାପୂର୍ବରୁ ଜୈଦଙ୍କ ଜନ୍ମଦିନର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଗୌହରଙ୍କ ସହ ଦେଖିବାକୁ ମିଳିଥିଲା।
ପ୍ରକାଶ ଥାଉ ଯେ, ଜୈଦ ଗୌହରଙ୍କଠାରୁ 12 ବର୍ଷ ସାନ।
ଏହା ପୂର୍ବରୁ ଗୌହର, ଜୈଦଙ୍କ ସହ ନିଜର ଲଭଷ୍ଟୋରି ସମସ୍ତଙ୍କୁ ଦେଖାଇବା ପାଇଁ ଏକ ଆନିମେଟେଡ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଜଣାଇଥିଲେ, ‘ହାପିଲି ଏଭର ଆଫଟର ୱିଥ ଜୈଦ ।’