ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ 13'ର ଏକ୍ସ ପ୍ରତିଯୋଗୀ ହିମାଂଶୀ ଖୁରାନା କୋରୋନା ପଜିଟିଭ ବୋଲି ଜଣାପଡିଛି । ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ।
ହିମାଂଶୀ 25 ସେପ୍ଟେମ୍ବରରେ ଏକ ରାଲିରେ ଯୋଗ ଦେଇଥିଲେ । ସେହି ରାଲିରେ ଭିଡ଼ ଏବଂ ଲୋକଙ୍କ ସହ ଯୋଗାଯୋଗ ହେତୁ ହିମାଂଶୀ କୋରୋନା ସଂକ୍ରମିତ ହୋଇଥିଲେ ।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ହିମାଂଶୀ ଲେଖିଛନ୍ତି, ମୁଁ ତୁମ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୋର କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ସମସ୍ତ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ଏହା ଘଟିଛି । ଆପଣ ସମସ୍ତେ ଜାଣନ୍ତି ଯେ ମୁଁ ଦୁଇ ଦିନ ପୂର୍ବେ ଏକ ରାଲିରେ ଯୋଗ ଦେଇଥିଲି । ସେହି ଅଞ୍ଚଳରେ ବହୁତ ଭିଡ ଥିଲା । ଏହାପରେ ମୋତେ ସୁଟିଂକୁ ଯିବାକୁ ଥିଲା, ତେଣୁ ଏହା ପୂର୍ବରୁ ମୁଁ ମୋର କୋରୋନା ଟେଷ୍ଟ କରିଥିଲି । ଯାହାର ରିପୋର୍ଟ ପଜିଟିଭ ବାହାରିଛି । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ମୋ ସହିତ ଯୋଗାଯୋଗରେ ଥିଲେ ସେମାନେ ମଧ୍ୟ ନିଜର କୋରୋନା ଟେଷ୍ଟ କରିବା ଉଚିତ୍ । ସାବଧାନ ରୁହ ଏବଂ ତୁମର ଯତ୍ନ ନିଅ। ।
ହିମାଂଶୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ।
ପ୍ରକାଶ ଥାଉ ଯେ, ହିମାଂଶୀଙ୍କ ପୂର୍ବରୁ ଶ୍ବେତା ତିୱାରୀ, ରାଜେଶ୍ବରୀ ସଚ୍ଚଦେବ, ହିମାନୀ ଶିବପୁରୀ, ହିମାଂଶୁ ସୋନି, ଶ୍ରେନୁ, କରମ୍ ରାଜପାଲ, ସଞ୍ଜୟ ଗଗନାନି ଏବଂ ରାହୁଲ ସୁଧୀରଙ୍କ ସମେତ ଅନେକ ଟିଭି ସେଲିବ୍ରିଟି କୋରୋନାରେ ସଂକ୍ରମିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ