ନୂଆଦିଲ୍ଲୀ: ବିବାହର କିଛି ଦିନ ପରେ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ଏକ ବଡ ଅସୁବିଧାରେ ପଡ଼ିଛନ୍ତି।
ସୁଗନ୍ଧା ଏବଂ ସଙ୍କେତ 26 ଏପ୍ରିଲରେ ପଞ୍ଜାବର ଜାଲଧରଠାରେ ବିବାହ କରିଥିଲେ। ବର୍ତ୍ତମାନ ବିବାହର 9 ଦିନ ପରେ ସୁଗନ୍ଧାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।
- " class="align-text-top noRightClick twitterSection" data="
">
କୋରୋନା ସମୟରେ ହୋଇଥିବା ବାହାଘର ଭୋଜିରେ କୋରୋନା ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିବା କୁହାଯାଉଛି । ଫଗଓ୍ବାଡା ଥାନରେ ସୁଗନ୍ଧାଙ୍କ ବିରୋଧରେ ମାମଲା ହୋଇଛି ।
- " class="align-text-top noRightClick twitterSection" data="
">
ସେପଟେ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଥିବା ସୁଗନ୍ଧା ଏବଂ ସଂକେତ କହିଛନ୍ତି । କିନ୍ତୁ ତାଙ୍କ ବିବାହ ଭୋଜିରେ ଅନୁମତିଠୁ ଅଧିକ ସଂଖ୍ୟକ ଲୋକ ଉପସ୍ଥିତ ଥିବା ନେଇ ଅଭିଯୋଗ ହୋଇଛି ।
- " class="align-text-top noRightClick twitterSection" data="
">
ସୁଗନ୍ଧାଙ୍କ ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ।
ପ୍ରକାଶ ଥାଉ ଯେ, ସୁଗନ୍ଧା ଓ ସଙ୍କେତ ଗତ କିଛିଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। ଯେତେବେଳେ ସେମାନଙ୍କ ସମ୍ପର୍କ ବିଷୟରେ ପଚରାଗଲା ସେତେବେଳେ ସୁଗନ୍ଧା ଏହି ଖବରକୁ ଅସ୍ୱୀକାର କରି ସଙ୍କେତଙ୍କୁ ତାଙ୍କର "ଭଲ ବନ୍ଧୁ" ବୋଲି କହିଥିଲେ । ନିକଟରେ ଦୁହେଁ ବିବାହ କରିଛନ୍ତି ।