ETV Bharat / sitara

ପାର୍ଥଙ୍କ କୋରୋନା ପଜିଟିଭି ଚର୍ଚ୍ଚା, ଜାରି ହେଲା ତାଙ୍କ ଆଗାମୀ ସିରିଜର ଟିଜର

author img

By

Published : Jul 13, 2020, 12:19 PM IST

ଏବେ କୋରୋନା ପଜିଟିଭି ପାଇଁ ଚିକିତ୍ସିତ ହୋଇଥିବା ଟେଲି ଭିଜନର ପପୁଲାର ଆକ୍ଟର ପାର୍ଥଙ୍କୁ ନେଇ ନୂଆ ଚର୍ଚ୍ଚା । ଭାଇରାଲ ହେଲା ଭିଡିଓ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ଫେମସ ନିର୍ମାତା ଏକତା କପୁରଙ୍କ ପପୁଲାର ସିରିୟଲ ‘କସୌଟି ଜିନ୍ଦେଙ୍ଗୀ କେ 2’ରେ ଅନୁରାଗ ବାସୁ ଭୂମିକାରେ ଅଭିନୟ କରୁଥିବା ଆକ୍ଟର ପାର୍ଥ ସମଥାନ କୋରୋନା ପଜିଟିଭି । ପାର୍ଥଙ୍କ ସଂକ୍ରମିତ ଖବର ସାମ୍ନାକୁ ଆସିବା ପରେ ସିରିୟରଲ ସୁଟିଂ ବନ୍ଦ କରିଦିଆଯାଇଛି । କାରଣ ପାର୍ଥଙ୍କ ସହ ସେଟରେ ଆଉ 30 ଜଣ ମଧ୍ୟ କାର୍ଯ୍ୟ କରୁଥିଲେ । ଯେଉଁମାନଙ୍କର କୋରୋନା ଟେଷ୍ଟ କରାଯାଇଛି । ଇତିମଧ୍ୟରେ ବାଲାଜି ଟେଲିଫିଲ୍ମସ ସୋସିଆଲ ମିଡିଆରେ ଏକ ଘୋଷଣା କରିଛନ୍ତି । ଯାହାକୁ ନେଇ ପାର୍ଥଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ମିଳିଛି ।

ଏକତା ନିଜ ଆଗାମୀ ସିରିଜର ଏକ ଟିଜର ଭିଡିଓ ସେୟାର କରିଛନ୍ତି । ଏହି ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ପାର୍ଥ । ସେହିପରି ଟିଜର ଭିଡିଓରେ ପାର୍ଥଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି । ଆକ୍ସନ ମୁଡରେ ନଜର ଆସୁଛନ୍ତି ସେ । ଏହାର ଟାଇଟେଲ ନାମ ରଖାଯାଇଛି ‘ମେଁ ହିରୋ ବୋଲ ରହା ହୁଁ’ ।

ଇନଷ୍ଟାଗ୍ରାମରେ ବ୍ଲାଙ୍କ ଆଣ୍ଡ ହ୍ବାଇଟ ଟିଜର ସେୟାର କରି ଏକତା ଲେଖିଛନ୍ତି, ‘ଶୀଘ୍ର ଆସିବେ ପାର୍ଥ । କସୌଟି ନିଜ ହିରୋର ଅପେକ୍ଷାରେ ଅଛି ।’ ହେଲେ ଏକତା ଏହା ଖୁଲାସା କରିନାହାୀଁନ୍ତି ଯେ ଏହା କୌଣସି ଟିଭି ଶୋ କିମ୍ବା ସିରିଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.