ହାଇଦ୍ରାବାଦ: କପିଲ ଶର୍ମା ଶୋ'ରେ ଓଡିଆ ଝିଅ ଦୂତୀ ଚାନ୍ଦ । ଗତ ରବିବାର(9 ଜୁନ) କପିଲଙ୍କ ଶୋ'ରେ ନଜର ଆସିଛନ୍ତି ଦୂତୀ । ଶୋ'ରେ ଦୂତୀ ନିଜ ମନର କଥା କହିଛନ୍ତି । ନିଜ କ୍ରୀଡା ଯାତ୍ରା ସହ ପରିବାର ବିଷୟରେ ମଧ୍ୟ ଖୁଲାସା କରିଛନ୍ତି ଦୂତୀ ।
![kapil sharma show](https://etvbharatimages.akamaized.net/etvbharat/prod-images/3517705_dutee-1.png)
9ଜଣ ପରିବାରକୁ ଚଳେଇବା ପାଇଁ ବଡ ଭଉଣୀ ସରସ୍ବତୀଙ୍କ ଉପଦେଶରେ କ୍ରୀଡା ଜଗତରେ ପାଦ ଦେଇଥିଲେ ବୋଲି କହିଛନ୍ତି ଦୂତୀ । ନିଜ ଦୌଡର ସଂଘର୍ଷ ବିଷୟରେ ମଧ୍ୟ କହିଛନ୍ତି । ଏନଏଚ ଉପରେ ସକାଳୁ ବିନା ଜୋତାରେ ଦୌଡିବା ସହ ଗାଁ ଲୋକଙ୍କ ଟାହି ଟପରା ଶୁଣି ଆଜି ଏହି ଶୀର୍ଷରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ଦୌଡରାଣୀ ।
![dutee chand](https://etvbharatimages.akamaized.net/etvbharat/prod-images/3517705_dutee-2.png)
ଗୋଟେ ପଟେ ଦୂତୀଙ୍କ ସମଲିଙ୍ଗୀ ବିବାହ ପାଇଁ ପରିବାର ବିରୋଧ କରୁଥିବା ବେଳେ ଅନ୍ୟପଟେ ଦୂତୀଙ୍କୁ ଦୌଡିବା ପାଇଁ ପରିବାର ଅନେକ ସହଯୋଗ କରିଥିବା କହିଛନ୍ତି ନିଜେ ଦୂତୀ । ତେବେ ଶୋ'ରେ ଦୂତୀ ବହୁତ ମଜା କରିଥିଲେ । ଦୂତୀଙ୍କ ସହ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ସନ୍ଦିପ ସିଂହ ଓ ଫୁଟବଲ ଖେଳାଳୀ ବାଇଚୁଙ୍ଗ ଭୁତିଆ ମଧ୍ୟ ନଜର ଆସିଥିଲେ ।