ETV Bharat / sitara

ନ୍ୟୁକ୍ଲିୟର ଏନର୍ଜି ବିଷୟରେ ଆପଣଙ୍କ ଧାରଣା ବଦଳାଇଦେବ ‘ଚେରନୋବାଇଲ’

ଗ୍ଲୋବାଲ ୱାର୍ମିଂ ବିଷୟରେ ସଚେତନ କରୁଛି ସିରିଜ ‘ଚେରନୋବାଇଲ’ । ନ୍ୟୁକ୍ଲିୟାରର ଭୟାବହତା ବିଷୟରେ ଲୋକଙ୍କୁ ଜଣାଉଛି ଏହି ସିରିଜ । ତେବେ ନ୍ୟୁକ୍ଲିୟାର ଏନର୍ଜି କଣ ଓ ଏହାର ପ୍ରଭାବ ବିଷୟରେ ଆପଣ ଯାହା ଭାବୁଛନ୍ତି ତାହାଠୁ କାଫି ଭୟାନକ ଏହି ନ୍ୟୁକ୍ଲିୟାର ।

author img

By

Published : Jun 20, 2019, 4:47 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/hbo.chernobyl

ହାଇଦ୍ରାବାଦ: ଗ୍ଲୋବାଲ ୱାର୍ମିଂ ଓ ଜଳ ସଙ୍କଟ ଭାରତରେ ଅଧିକରୁ ଅଧିକ ବଢିବାରେ ଲାଗିଛି । ଗ୍ଲୋବଲ ୱାର୍ମିଂକୁ ନେଇ ସଚେତନ ହେବା ପାଇଁ ଅନେକ ଶୋ' ନିର୍ମାଣ କରାଯାଉଛି । ମାତ୍ର ଏବେ ହଟଷ୍ଟାରରେ ଏକ ଶୋ' ଯାହା ଗ୍ଲୋବାଲ ୱାର୍ମିଂ ଓ ନ୍ୟୁକ୍ଲିୟାର ଏନର୍ଜି ବିଷୟରେ ଆପଣଙ୍କ ଧାରଣା ବଦଳାଇଦେବ ।

explosion
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/hbo.chernobyl

ସିରିଜ ଦେଖିଲେ ଜାଣିପାରିବେ ନ୍ୟୁକ୍ଲିୟାର ବିସ୍ଫୋରଣ କେତେ ଭୟାନକ । ନ୍ୟୁକ୍ଲିୟାର ଏନର୍ଜି ଗୋଟେ ମୁହୁର୍ତ୍ତରେ ସମ୍ପୁର୍ଣ୍ଣ ମାନବ ସମାଜକୁ ବରବାଦ କରିପାରେ । ଏହି ସିରିଜର ନାମ ରହିଛି ‘ଚେରନୋବାଇଲ’।

series
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/hbo.chernobyl

ସିରିଜର କାହାଣୀ 1986ରେ ହୋଇଥିବା ଦୁନିଆର ସବୁଠୁ ଭୟାନକ ନ୍ୟୁକ୍ଲିୟାର ବିସ୍ଫୋରଣ ଉପରେ ଆଧାରିତ । ପ୍ରକାଶ ଥାଉକି, 26 ଅପ୍ରିଲ 1986ରେ ୟୁକ୍ରେନର ଚେରନୋବାଇଲ ନ୍ୟୁକ୍ଲିୟାର ପ୍ଲାଣ୍ଟରେ ହୋଇଥିଲା ଭୟାନକ ବିସ୍ପୋରଣ ଓ ଆଶ୍ଚର୍ଯ୍ୟର କଥା ହେଲା ସୁରକ୍ଷା ବ୍ୟବସ୍ଥାର ପରୀକ୍ଷା କରିବା ସମୟରେ ହୋଇଥିଲା ଏହି ବିସ୍ପୋରଣ । ଏଥିରେ ପ୍ରାୟ 93,000 ଲୋକ ପ୍ରାଣ ହରାଇଥିଲେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/hbo.chernobyl

ପ୍ଲାଣ୍ଟକୁ ଥଣ୍ଡା କରୁଥିବା ପାଣି ଷ୍ଟିମରେ ହୋଇଥିଲା ପରିବର୍ତ୍ତନ । ଫଳରେ ୟୁନିଟ-4ର ଛାତ ସମ୍ପୁର୍ଣ୍ଣ ଧ୍ବସଂ ହୋଇଯାଇଥିଲା । ବିସ୍ପୋରଣରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ବିସ୍ପୋରଣଠୁ ସବୁଠୁ ଭୟାନକ ଥିଲା ନ୍ୟୁକ୍ଲିୟାର ରେଡିଏସନ । ଏହାର ପ୍ରଭାବରେ ଯିଏ ବି ଆସିଲା ତାର ଡିଏନଏ ପରିବର୍ତ୍ତନ ହୋଇଥିଲା । ନିଆଁ ଲିଭାଇବାକୁ ଆସିଥିବା ଫାୟାରମ୍ୟାନଙ୍କ ଶରୀରର ଚର୍ମ ବାହାରିବାକୁ ଲାଗିଥିଲା । ଏହି ବିସ୍ପୋରଣ ପରେ ସମ୍ପୁର୍ଣ୍ଣ ସହରକୁ ଖାଲି କରିବାକୁ ପଡିଥିଲା । ବୈଜ୍ଞାନିକଙ୍କ କହିବାନୁସାରେ, 3000 ବର୍ଷ ପର୍ଯ୍ୟନ୍ତ ଏଠାରେ ମଣିଷ ରହିବା ସମ୍ଭବ ନୂହେଁ ।

ତେବେ ଭାରତରେ ଏହି ଭଳି ଭୟାନକ ସମସ୍ୟା ନହେଉ ସେଥିପାଇଁ ଲୋକଙ୍କୁ ସଚେତନ କରାଉଛି ଏହି ସିରିଜ । ତେବେ ବୈଜ୍ଞାନିକଙ୍କ ମତରେ ଏପରି ବିସ୍ପୋରଣ ନହୋଇପାରେ ମାତ୍ର ଗ୍ଲୋବାଲ ୱାର୍ମିଂର ଭୟାବହତା ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ, ସେପରି ଦୁର୍ଘଟଣା ହେବା ଏବେ କୌଣସି ବଡ କଥା ନୁହେଁ ।

Intro:Body:

blank 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.