ETV Bharat / sitara

‘ଚାଣକ୍ୟ’ ଶୋକୁ ପ୍ରଥମେ ରିଜେକ୍ଟ କରିଥିଲା ଦୂରଦର୍ଶନ - ‘ଚାଣକ୍ୟ’ ପୁନଃ ପ୍ରସାରଣ ନ୍ୟୁଜ

ଫେମସ ଧାରାବାହିକ ‘ଚାଣକ୍ୟ’କୁ ନେଇ ନୂଆ ଖବର। ଏବେ ପୁନଃ ପ୍ରସାରଣ ହେବାକୁ ଯାଉଛି ଶୋ । ଯାହାକୁ ନେଇ ଉତ୍ସାହିତ ଦର୍ଶକ।

doordarshan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 17, 2020, 5:57 PM IST

ମୁମ୍ବାଇ: ଲକଡାଉନ ସମୟରେ ଦୂରଦର୍ଶନ ଦର୍ଶକଙ୍କ ମନୋରଞ୍ଜନ କରିବାରେ ବ୍ୟସ୍ତ। କାରଣ ଘରେ ବନ୍ଦ ଥିବା ଦର୍ଶକଙ୍କ ପାଇଁ 80-90 ଦଶକର ସବୁ ଧାରାବାହିକକୁ ଧିରେ ଧିରେ କରି ପୁନଃ ପ୍ରସାରଣ କରାଯାଉଛି। ଯାହାଦ୍ବାରା ଏଭଳି ପରିସ୍ଥିତିରେ ଦୂରଦର୍ଶନର ଟିଆରପି ମଧ୍ୟ ବଢି ଚାଲିଛି । ଟିଆରପି ମାମଲାରେ ଦୂରଦର୍ଶନ ନୂଆ ଇତିହାସ ସୃଷ୍ଟି କଲାଣି।

‘ରାମାୟଣ’, ‘ମହାଭାରତ’, ‘ବୁନିୟାଦ’ ଓ ‘ମୋଗଲି’ ଭଳି ଧାରାବାହିକ ପୁନଃ ପ୍ରସାରଣ ପରେ ଏବେ ସମୟ ଆସିଯାଇଛି ଲୋକପ୍ରିୟ ଧାରାବାହିକ ‘ଚାଣକ୍ୟ’ର। ଡା. ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ଏହି ଶୋ 1991-92ରେ ପ୍ରସାରିତ ହୋଇଥିଲା । ଶୋରେ ଚନ୍ଦ୍ରପ୍ରକାଶ, ଜ୍ଞାନି ଚାଣକ୍ୟଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ । ଏହା ପୁନଃ ପ୍ରସାରଣ ହେବା ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଦର୍ଶକ। କାରଣ ପ୍ରଥମେ ଦୂରଦର୍ଶନକୁ ଏହି ଧାରାବାହିକ ଖାସ୍ ପସନ୍ଦ ନଥିଲା ।

ଆଜ୍ଞା ହଁ, ଦର୍ଶକଙ୍କୁ ଏହା ଜଣାନାହିଁ ଯେ ପ୍ରଥମେ ଏହାକୁ ପ୍ରସାରଣ କରିବାକୁ ରିଜେକ୍ଟ କରିଦେଇଥିଲା ଦୂରଦର୍ଶନ। ଯାହାର ଖୁଲାସା ଚନ୍ଦ୍ରପ୍ରକାଶ ଏକ ସାକ୍ଷାତକାରରେ କରିଥିଲେ। ଯେତେବେଳେ ସେ ଦୂରଦର୍ଶନ ପାଖକୁ ଏହି ଶୋର ଆଇଡିଆ ନେଇ ଯାଇଥିଲେ । ସେହି ସମୟରେ ଚ୍ୟାନେଲକୁ ଏହାର କଣ୍ଟେଣ୍ଟ ଭଲ ଲାଗିନଥିଲା । ଆଉ ପ୍ରସାରଣ କରିବାକୁ ମନା କରିଦିଆଯାଇଥିଲା।

ହେଲେ ପରେ ତାଙ୍କ ଲେଖାକୁ ପସନ୍ଦ କରି ଏହି ଧାରାବାହିକ ପ୍ରସାରଣ ପାଇଁ ରାଜି ହୋଇଥିଲା ଦୂରଦର୍ଶନ । ଆଉ ଶୋ ପ୍ରସାରଣ ହେବା ପରେ ଦର୍ଶକଙ୍କ ମନ ମଧ୍ୟ କିଣିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.