ETV Bharat / sitara

ଦଲିତ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗିରଫ ବିଗବସ ପ୍ରତିଯୋଗୀ

author img

By

Published : Sep 6, 2020, 4:48 PM IST

ବିଗବସ୍ ତାରକା ନୁତନ ନାଇଡୁ ଉଦୁପିରେ ଦଲିତ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

Bigg Boss star Nutan Naidu arrested in Udupi for harassment and tonsuring Dalit worker
ଦଲିତ ଶ୍ରମିକଙ୍କୁ ନିର୍ଯ୍ୟାତନା କରିବା ଅଭିଯୋଗରେ ଗିରଫ ହେଲେ ନୁତନ

ମୁମ୍ବାଇ: ବିଗବସ୍ ତାରକା ନୁତନ ନାଇଡୁ ଉଡୁପିରେ ଦଲିତ ଶ୍ରମିକଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ତଥା ତେଲୁଗୁ ବିଗବସର ପ୍ରଥମ ସିଜିନର ପ୍ରତିଯୋଗୀ ନୁତନ ନାଇଡୁଙ୍କୁ ସ୍ଥାନୀୟ ପୋଲିସ ଉଡୁପି ରେଳ ଷ୍ଟେସନରେ ଆନ୍ଧ୍ରପ୍ରଦେଶର ଜଣେ ଦଲିତ ନାବାଳକକୁ ନିର୍ମମ ଆକ୍ରମଣ ଘଟଣାରେ ଗିରଫ କରିଛି ।

ଶନିବାର ପୂର୍ବାହ୍ନରେ ଉଡୁପି ପୋଲିସ ଏନେଇ ଆନ୍ଧ୍ରପ୍ରଦେଶ ପୋଲିସ ଠାରୁ ସୂଚନା ପାଇଥିଲେ । ଅଭିଯୁକ୍ତ ମଙ୍ଗାଲୋର ଦେଇ ମୁମ୍ବାଇ ଅଭିମୁଖେ ଖସିଯିବାକୁ ଚେଷ୍ଟା କରିଥିଲା । ଉଡୁପି ଏବଂ ମଣିପାଲ ପିଏସଆଇଙ୍କ ନେତୃତ୍ବରେ ପୋଲିସ ଟିମ୍ ତାଙ୍କୁ ଧରିଥିଲା । ଅଭିଯୁକ୍ତଙ୍କ ଠାରୁ ଚାରୋଟି ମୋବାଇଲ ଜବତ କରାଯାଇଛି ।

ବିଶାଖାପାଟନମ୍ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଉଡୁପି କୋର୍ଟକୁ ନେଇଥିଲା ଏବଂ ଏହା ପରେ ତାଙ୍କୁ ବିଶାଖାପାଟନମ୍ ନେଇ କିଙ୍ଗ ଜର୍ଜ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ପରେ ତାଙ୍କୁ ହତ୍ୟା ଉଦ୍ୟମ ଏବଂ ଅନ୍ୟାନ୍ୟ ଅଭିଯୋଗ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.