ETV Bharat / sitara

ବିଗ ବସ ହାଉସରେ ଶତ୍ରୁ ସାଜିଲେ ବନ୍ଧୁ, ଦେଖନ୍ତୁ ଭିଡିଓ

author img

By

Published : Jan 17, 2020, 7:16 PM IST

ସବୁବେଳେ ବିଗ ବସ ହାଉସରେ ପ୍ରତିଯୋଗୀଙ୍କ ରଶ୍ମୀ ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ମଧ୍ୟରେ ଖୁବ୍ ଲଢେଇ ଦେଖିବାକୁ ମିଳିଥାଏ। ଏଥର କିନ୍ତୁ କିଛି ଭିନ୍ନ ଦେଖିବେ ଦର୍ଶକ। କାରଣ ସିଦ୍ଧାର୍ଥ ଓ ରଶ୍ମୀ ପୁଣି ଆଗ ଭଳି ବନ୍ଧୁ ହେବାକୁ ଯାଉଛନ୍ତି।

bigg boss 13
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ବିଗ ବସ ସିଜନ 13ରେ ଏବେ ଫ୍ୟାମିଲି ରାଉଣ୍ଡ ଚାଲିଛି। ଯେଉଁଥିରେ ସବୁ ପ୍ରତିଯୋଗୀଙ୍କ ପରିବାର ସଦସ୍ୟ ସାକ୍ଷାତ କରିବାକୁ ଆସୁଛନ୍ତି। ଶୁଣିବାକୁ ମିଳୁଥିଲା ଯେ, ଫେମସ ପ୍ରତିଯୋଗୀ ରଶ୍ମୀ ଦେଶାଇଙ୍କ ମା' ତାଙ୍କୁ ସାକ୍ଷାତ କରିବାକୁ ଆସିବେ। ହେଲେ ଏମିତି ହୋଇନାହିଁ। ତାଙ୍କ ପରିବାର ପକ୍ଷରୁ ଭାଇଙ୍କ ପୁଅ, ଝିଅ ତାଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଛନ୍ତି। ଦୁଇଜଣଙ୍କୁ ଏତେ ଦିନ ପରେ ଦେଖି ରଶ୍ମିଙ୍କ ଖୁସି ନକହିଲେ ନସରେ।

ଶୋରେ ତାଙ୍କ ପୁତୁରା, ଝିଆରୀ ଖୁବ୍ ମସ୍ତି କରୁଥିବାର ନଜର ଆସିଥିଲେ। ହେଲେ ଏହି ଏପିସୋଡରେ ଏମିତି କିଛି ହୋଇଛି ଯାହା ଦର୍ଶକଙ୍କୁ ମଧ୍ୟ ଖୁସ କରିଦେଇଛି । ଶୋ ଆରମ୍ଭରୁ ସବୁବେଳେ ପରସ୍ପର ସହ ଲଢି ଆସୁଥିବା ରଶ୍ମୀ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି । ଆଉ ଏହା କେବଳ ସମ୍ଭବ ହୋଇପାରିଛି ରଶ୍ମୀଙ୍କ ପୁତୁରା ଓ ଝିଆରୀଙ୍କ ପାଇଁ ।

ଯାହାର ପ୍ରୋମୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ କଲର୍ସ ଚ୍ୟାନେଲର ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ ରଶ୍ମୀଙ୍କୁ ଆଲିଙ୍ଗନ କରି ତାଙ୍କ ପୁତୁରା, ଝିଆରୀ କହୁଛନ୍ତି ଆପଣ ସିଦ୍ଧାର୍ଥ ଭାଇଙ୍କ ସହ କାହିଁକି ଫ୍ରେଣ୍ଡଶିପ ଭାଙ୍ଗି ଦେଲ । ପୁଣିଥରେ ଦୁଇଜଣ ବନ୍ଧୁ ହୋଇଯାଅ । ଏହାଶୁଣି ସିଦ୍ଧାର୍ଥ ଆସି ରଶ୍ମୀଙ୍କ ସହ ହାତ ମିଶାଇବା ସହ ତାଙ୍କୁ ଆଲିଙ୍ଗନ କରି ପୁଣି ବନ୍ଧୁତା ସ୍ଥାପନ କରିଛନ୍ତି ।

ଖାଲି ଏତିକି ନୁହେଁ ଏହି କଥା ଭାବି ରଶ୍ମୀ ଖୁବ୍ କାନ୍ଦୁଥିବାର ମଧ୍ୟ ନଜର ଆସୁଛନ୍ତି । ଆଉ ପ୍ରଥମଥର ସିଦ୍ଧାର୍ଥ ତାଙ୍କ ପାଖକୁ ଯାଇ ତାଙ୍କୁ ପାଣି ପିଆଉଛନ୍ତି । ଏହି ଭିଡିଓ ବର୍ତ୍ତମାନ ଦର୍ଶକଙ୍କ ମନ କିଣିବାରେ ଲାଗୁଛି। ଆପଣ ମଧ୍ୟ ଦେଖନ୍ତୁ ରଶ୍ମୀ ଓ ସିଦ୍ଧାର୍ଥ ଏହି ଇମୋଶନ ଭରା ଭିଡିଓ...

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.