ହାଇଦ୍ରାବାଦ: ଫିନାଲେ ଆଡକୁ ଗତି କରୁଛି ବିଗବସ-13 । ଏଲିମିନେସନ୍ ହେବାକୁ ଥିବା ଷ୍ଟାର୍ସ ଶୋ'ରେ ରହିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଶୋ'ର ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସେହନାଜ ଗିଲଙ୍କୁ ଚାପଡା ମାରୁଥିବାର ନଜର ଆସିଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ୟ ।
- " class="align-text-top noRightClick twitterSection" data="
">
ନୋମିନେସନ ଲିଷ୍ଟରେ ଅଛନ୍ତି ପରାସ ଛାବଡା, ସିଦ୍ଧାର୍ଥ ଶୁକ୍ଲା, ସିଦ୍ଧାର୍ଥ ଦେ, ଦେବୋଲିନା ଭଟ୍ଟାଚାର୍ଯ୍ୟ, ସେଫାଳୀ ଶାହା, ସେହନାଜ ଗିଲ୍ ଓ ମାହିରା ଶର୍ମା । ସାପ-ସିଡି ଟାସ୍କ କରୁଥିବାର ନଜର ଆସିଛନ୍ତି ସବୁ ଷ୍ଟାର୍ସ । ପ୍ରତିଯୋଗୀମାନେ ପରସ୍ପର ମଧ୍ୟରେ ଝଗଡା କରୁଥିବା ସମୟରେ ଦେବୋଲିନା, ସେହନାଜଙ୍କୁ ଚାପୁଡା ମରୁଥିବାର ଦେଖିବାକୁ ମିଳିଛି ।
ବିଗବସ ରୁଲ ଅନୁସାରେ କାହାକୁ ଶାରୀରିକ ଆକ୍ରମଣ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ତୁରନ୍ତ ଏଲିମିନେଟ୍ କରାଯାଇଥାଏ ତେଣୁ ସୋସିଆଲ ମିଡିଆ ୟୁଜର୍ସ ଦେବୋଲିନାଙ୍କୁ ବିଗବସ ହାଉସରୁ ବାହାରକରାଯାଉ ବୋଲି ଦାବି କରିଛନ୍ତି ।