ETV Bharat / sitara

ଅରିଜିତ ସିଂଙ୍କ ନୂଆ ଗୀତରେ ନଜର ଆସିବେ ଆସୀମ-ହିମାଂଶୀ

author img

By

Published : Aug 5, 2020, 5:41 PM IST

"କଲା ସୋହନା ନେ" ଏବଂ "ଖେଆଲ ରଖା କର" ମ୍ୟୁଜିକ୍ ଭିଡିଓ ଗୁଡିକରେ ପ୍ରଂଶସକମାନଙ୍କ ହୃଦୟ ଜିତିଥିବା ବିଗ୍ ବସ୍ 13 ର ଫେମସ ଯୋଡି ଆସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କୁ ଖୁବ୍ ଶୀଘ୍ର ଏକ ନୂତନ ଗୀତରେ ଦେଖିବାକୁ ମିଳିବ । ବିଶେଷ କଥା ହେଉଛି ଏହି ଗୀତରେ ଅରିଜିତ ସିଂଙ୍କର ସ୍ୱର ରହିଛି । ଗୀତର ନାମ ହେଉଛି 'ଦିଲ୍ କୋ ମେନେ ଦି କସମ୍' । ଯାହାର ପୋଷ୍ଟର ରିଲିଜ୍ ହୋଇସାରିଛି । ଅଧିକ ପଢନ୍ତୁ...

asim riaz and himanshi khurana features in arjit singhs new song
ଅରିଜିତ ସିଂଙ୍କ ନୂଆ ଗୀତରେ ନଜର ଆସିବେ ଆସୀମ-ହିମାଂଶୀ

ମୁମ୍ବାଇ: ବିଗ୍ ବସ୍ 13 ର ସବୁଠାରୁ ଲୋକପ୍ରିୟ ଯୋଡି ଆସୀମ ରିଆଜ୍ ଏବଂ ହିମାଂଶୀ ଖୁରାନା ଅରିଜିତ ସିଂଙ୍କ ନୂଆ ଭିଡିଓ ଗୀତରେ ଅଭିନୟ କରିଛନ୍ତି ।

ଅରିଜିତ ସିଂଙ୍କ ନୂତନ ଗୀତର ଟାଇଟେଲ୍ ହେଉଛି 'ଦିଲ୍ କୋ ମେନେ ଦି କସମ୍' । ଏଥିରେ ଆସୀମ ଏବଂ ହିମାଂଶୀ ଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ ।

ଏହି ଗୀତଟିକୁ ଅମାଲ ମଲିକ କମ୍ପୋଜ କରିଛନ୍ତି ।

ଆସୀମ ଇନଷ୍ଟାଗ୍ରାମରେ ଟ୍ରାକର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ ଆସୀମ ପିଆନୋ ବଜାଉଥିବାବେଳେ ହିମାଂଶୀ ତାଙ୍କୁ ଦେଖୁଥିବାର ଦେଖିବାକୁ ମିଳିଛି ।

ଆସୀମ ଏହାର କ୍ୟାପସନ୍ ରେ ଲେଖିଛନ୍ତି, "ପ୍ୟାର କେ ସଙ୍ଗ ସବ କୁଛ..ୟା ଫିର କୁଛ ନେହିଁ । ଅଗଷ୍ଟ 10 ରେ 'ଦିଲ୍ କୋ ମେନେ ଦି କସମ୍' ମୁକ୍ତିଲାଭ କରୁଛି ।

ପ୍ରଶଂସକମାନେ ଏହି ଗୀତକୁ ନେଇ ଅତ୍ୟଧିକ ଉତ୍ସାହିତ ଅଛନ୍ତି ।

ଜଣେ ଉପଭୋକ୍ତା ଲେଖିଛନ୍ତି, ଏହାକୁ ଦେଖିବା ପାଇଁ ଆଉ ଅପେକ୍ଷା କରିପାରୁ ନାହିଁ ।

ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ୱୋ, ଏହା ଚମତ୍କାର, କାରଣ ଏହାକୁ ଅରିଜିତ ସିଂ ଗାଇଛନ୍ତି ।

ଆସୀମ ଏବଂ ହିମାଂଶୀ ପୂର୍ବରୁ କଲା ସୋହନା ନେ" ଏବଂ "ଖେଆଲ ରଖା କର" ପରି ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.