ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ତୃତୀୟ ଟୀକାକରଣ ପ୍ରକ୍ରିୟା । ଯେଉଁଥିରେ 18 ବର୍ଷରୁ ଉର୍ଦ୍ଧ୍ବ ଲୋକେ ନେଇପାରିବେ ଟିକା । ଗତ 1 ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଟିକା ନେଉଥିବାର ନଜର ଆସୁଛନ୍ତି । ଟୀକାକରଣ ସମୟରେ ସେଲିବ୍ରିଟି ସେମାନଙ୍କର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଅଭିନେତ୍ରୀ ତଥା 'ବିଗବସ୍' ଫେମ ଆରତୀ ସିଂ ଭ୍ୟାକ୍ସିନେସନ ସେଣ୍ଟରରୁ ଟିକା ନେଉଥିବାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଫଟୋର କ୍ୟାପସନରେ ଆରତୀ ଲେଖିଛନ୍ତି ଯେ, ସେ ଇଞ୍ଜେକ୍ସନକୁ ବହୁତ ଡରୁଛନ୍ତି କିନ୍ତୁ ଆମକୁ ଏହାର ମୁକାବିଲା କରିବାକୁ ପଡିବ । ପ୍ରଥମ ଡୋଜ ନେଲି ।
ବର୍ତ୍ତମାନ ଆରତୀଙ୍କ ଏହି ଫଟୋଗୁଡ଼ିକ ଦେଖି ୟୁଜର୍ସ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
ଭିଡିଓରେ ଆରତୀ ଟିକା ନେବା ସମୟରେ ସେ ଡରି କାନ୍ଦୁଥିବାର ଦେଖିବାକୁ ମିଳିଛି । ଏହି କାରଣରୁ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଛନ୍ତି । କେହି କେହି ଆରତୀଙ୍କୁ 'ଓଭର ଆକ୍ଟିଂ କି ଦୁକାନ' କହିଥିବାବେଳେ ଏବଂ କେହି କେହି ତାଙ୍କୁ 'ନୌଟଙ୍କି' ବୋଲି କହୁଛନ୍ତି ।
ଆରତୀ ସିଂଙ୍କ ଫଟୋରେ ଜଣେ ୟୁଜର୍ସ ଲେଖିଛନ୍ତି, 'ଆରତୀ ସେଇଟା ଇଞ୍ଜେକ୍ସନ ଥିଲା, କୁକୁର ସତରେ କାମୁଡ଼ୁଥିଲା କି?',
ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ଟାଟୁ କରିବା ସମୟରେ କଷ୍ଟ ହୋଇଥିଲା କି? ଓଭର ଆକ୍ଟିଂ କି ଦୁକାନ' ।