ETV Bharat / sitara

କୋରୋନା କବଳରେ ଅନୁଷ୍କା ସେନ

author img

By

Published : Jun 17, 2021, 5:19 PM IST

କୋରୋନା କବଳରେ ଜଣାଶୁଣା ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନୁଷ୍କା ସେନ । ନିକଟରେ ସେ ‘ଖତୋରଁ କେ ଖିଲାଡି 11’ର ସୁଟିଂ ପାଇଁ କେପଟାଉନ ଯାଇଥିଲେ । ଅଧିକ ପଢନ୍ତୁ...

anushka-sen-of-khatron-ke-khiladi-11-tested-corona-positive
କୋରୋନା କବଳରେ ଅନୁଷ୍କା ସେନ

ନୂଆଦିଲ୍ଲୀ : କୋରୋନା କବଳରେ ଜଣାଶୁଣା ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନୁଷ୍କା ସେନ । ନିକଟରେ ସେ ‘ଖତୋରଁ କେ ଖିଲାଡି 11’ର ସୁଟିଂ ପାଇଁ କେପଟାଉନ ଯାଇଥିଲେ ।

ରିପୋର୍ଟ ଅନୁଯାୟୀ, ସୋମବାର ଅନୁଷ୍କାଙ୍କ କୋରୋନା ରିପୋର୍ଟ ସାମ୍ନାକୁ ଆସିଥିଲା, ଯାହା ପରେ ସେ ଆଇସୋଲେସନରେ ଅଛନ୍ତି । ଅନୁଷ୍କା ଆଇସୋଲେସନକୁ ଯିବା ପରେ ବାକି ଟିମ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟ ଟେଷ୍ଟ କରାଯାଇଛି, କିନ୍ତୁ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

‘ଖତୋରଁ କେ ଖିଲାଡି 11’ ରେ ଶ୍ବେତା ତିୱାରୀ, ରାହୁଲ, ଦିବ୍ୟାଙ୍କା, ନିକ୍କି ତମ୍ବୋଲି, ଅଭିନବ ଶୁକ୍ଲା, ବିଶାଲ ଆଦିତ୍ୟ ସିଂ, ଆସ୍ତା ଗିଲ, ଏବଂ ଅନ୍ୟାନ୍ୟ ଟିଭି ତାରକା ଅଂଶଗ୍ରହଣ କରିଛନ୍ତି । ଏହି ଶୋ ’ଜୁଲାଇ ମାସରେ ପ୍ରସାରିତ ହୋଇପାରେ । ଦର୍ଶକମାନେ ଏହି ଶୋକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି ।

ଏବେ ଅନୁଷ୍କାଙ୍କ କୋଭିଡ ପଜିଟିଭ୍ ହେବାର ଖବର ଶୁଣି ତାଙ୍କ ପ୍ରଶଂସକମାନେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଅଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଅନୁଷ୍କା ‘ଦେବୋ କେ ଦେବ ମହାଦେବ’ ସହିତ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.