ETV Bharat / sitara

ଲକଡାଉନ ଡାଏରୀ : ଭାଇଙ୍କ କେଶ କାଟୁଥିବାର ନଜରରେ ଆସିଲେ ଅଙ୍କିତା ଲୋଖଣ୍ଡେ

author img

By

Published : Apr 10, 2020, 12:00 AM IST

ଲକଡାଉନ ସମୟରେ ଘରେ ବସିଥିବା ଟିଭି ସେଲିବ୍ରିଟି ଅଙ୍କିତା ଲୋଖଣ୍ଡେ ଆଜି ତାଙ୍କ ଭାଇଙ୍କ କେଶ କାଟୁଥିବାର ଦେଖିବାକୁ ମିଳିଛି । ଅଙ୍କିତା ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ankita give new hair cut to her brother amid lockdown
ଲକଡାଉନ ଡାଏରୀ : ଭାଇଙ୍କ କେଶ କାଟୁଥିବାର ନଜରରେ ଆସିଲେ ଅଙ୍କିତା ଲୋଖଣ୍ଡେ

ମୁମ୍ୱାଇ: କରୋନାଭାଇରସର ପ୍ରଭାବକୁ ରୋକିବା ପାଇଁ ଭାରତ ସରକାର ଘୋଷଣା କରିଥିବା 21 ଦିନିଆ ଲକଡାଉନରେ ସମସ୍ତ ସେଲିବ୍ରିଟି ନିଜ ନିଜ ଘରେ ଅଛନ୍ତି । ଏହି ସମୟରେ ସେଲିବ୍ରିଟିମାନ ଘରେ ରହି ସୋସିଆଲ ମିଡିଆରେ ଅନେକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି ।

ବର୍ତ୍ତମାନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଭାଇ ଆଦିତ୍ୟଙ୍କ କେଶ କାଟୁଥିବାର ନଜର ଆସିଛନ୍ତି । ଭିଡିଓରେ ଆଦିତ୍ୟ ଅଙ୍କିତାଙ୍କ କେଶ କାଟିବାକୁ ଏଡ଼ାଉଛନ୍ତି ।

ଏହି ପୋଷ୍ଟର କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି ଯେ, 'ମୁଁ ଏକ ନୂତନ ବୃତ୍ତିରେ ପରୀକ୍ଷା କରୁଛି । କ୍ୱାରେଣ୍ଟାଇନ ଦିନରେ ଏହା ମୋର କାମ ! ଆଶା କରେ ତୁମେ ମୋର ଏହି ନୂତନ କେଶ କାଟିବା ପ୍ରଦ୍ଧତିକୁ ପସନ୍ଦ କରିବ ।

ଅଙ୍କିତାଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଏହି ଭିଡିଓରେ ବର୍ତ୍ତମାନ ପର୍ଯ୍ୟନ୍ତ 27,049 ଭ୍ୟୁ ମିଳିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.