ETV Bharat / sitara

ଲାଇକ ଫାଦର ଲାଇକ ସନ୍, ଅନୀତା ସେୟାର କଲେ ଫଟୋ - anita-hassanandani-shares-photo

ନିକଟରେ ଅନୀତା ଇନଷ୍ଟାଗ୍ରାମରେ ସ୍ବାମୀ ଏବଂ ପୁଅଙ୍କ ଏକ ଅନସିନ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରୋହିତ ଏବଂ ଆରବ ସମାନ ରଙ୍ଗର ନୀଳ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

anita-hassanandani-shares-photo-of-husband-rohit-reddy-and-son-aarav
ବାପାକୁ କପି କଲା ପୁଅ, ଅନୀତା ସେୟାର କଲେ ଫଟୋ
author img

By

Published : May 16, 2021, 6:02 AM IST

ନୂଆଦିଲ୍ଲୀ: ଟିଭିର ପପୁଲାର ଅଭିନେତ୍ରୀ ଅନୀତା ହସନନ୍ଦାନୀ ନିକଟରେ ବେବି ବୟକୁ ଜନ୍ମ ଦେଇଥିଲେ । ଯାହାକୁ ନେଇ ତାଙ୍କ ପରିବାରରେ ଏଯାବତ ଖୁସିର ଲହରୀ । ସେପଟେ ପୁଅ ଏବଂ ସ୍ବାମୀଙ୍କର ଫଟୋ, ଭିଡିଓ ସେୟାର କରି ସବୁଦିନ ଫ୍ୟାନ୍ସଙ୍କୁ କିଛି ନା କିଛି ଜଣାଇବାରେ ଲାଗିଛନ୍ତି ଅନୀତା । ଏବେ ଅନୀତା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ବାମୀ ରୋହିତ ଏବଂ ପୁଅ ଆରବଙ୍କ ଏକ ଅନସିନ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରୋହିତ ଏବଂ ଆରବ ସମାନ ରଙ୍ଗର ନୀଳ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ।

ଅନୀତା ଏହି ଫଟୋ ସେୟାର କରି ଲେଖିଛନ୍ତି, 'ଲାଇଫ୍ ଲାଇନ୍' । ଫଟୋରେ ରୋହିତଙ୍କ ସାର୍ଟରେ 'କପି' ଲେଖା ଅଛି ଏବଂ ଆରବଙ୍କ ସାର୍ଟରେ 'ପେଷ୍ଟ' ଲେଖାଅଛି । ଏବେ ଉଭୟଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ଏହି ଫଟୋରେ କିଛି ୟୁଜର୍ସ ଆରବଙ୍କୁ ତାଙ୍କ ପିତାଙ୍କ କାର୍ବନ କପି ବୋଲି କହିଛନ୍ତି । ପ୍ରଶଂସକଙ୍କ ସହ ଅନେକ ଟିଭି ତାରକା ଅନୀତାଙ୍କ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ଅନୀତା ଏବଂ ରୋହିତ 2013 ମସିହାରେ ଗୋଆରେ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.