ETV Bharat / sitara

ବଲିଉଡରେ ଗୀତ ଗାଇବା ପାଇଁ ଆମକୁ ଟଙ୍କା ମିଳେନାହିଁ : ଆଦିତ୍ୟ

ଆଦିତ୍ୟ କହିଛନ୍ତି ଯେ, "ବଲିଉଡରେ ଗୀତ ଗାଇବା ଆମକୁ ଗୋଟିଏ ପଇସା ମଧ୍ୟ ମିଳୁନାହିଁ । ଲାଗୁଛି ଯେମିତି କି ସେମାନେ ଆମକୁ ଏକ ଗୀତ ଗାଇବାକୁ ଡାକି ଆମ ଉପରେ ଦୟା ଦେଖାଉଛନ୍ତି । ମୋତେ ବଲିଉଡରେ ମାଗଣାରେ ଗୀତ ଗାୟିବା ପସନ୍ଦ ନୁହେଁ । ଅଧିକ ପଢନ୍ତୁ...

author img

By

Published : May 4, 2020, 7:28 AM IST

Aditya Narayan says There's a pandemic in music industry
ବଲିଉଡରେ ଗୀତ ଗାଇବା ପାଇଁ ଆମକୁ ଟଙ୍କା ମିଳେନାହିଁ : ଆଦିତ୍ୟ

ମୁମ୍ୱାଇ: ବଲିଉଡରେ ଗୀତ ଗାଇବା ପାଇଁ ଆମକୁ ଟଙ୍କା ମିଳେନାହିଁ କହିଥିଲେ ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର । ନେହା କକ୍କର ଏହି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିବା ପରେ ବର୍ତ୍ତମାନ ଗାୟକ ଆଦିତ୍ୟ ନାରାୟଣ କହିଛନ୍ତି ଯେ, ବଲିଉଡରେ ଗାୟକମାନେ ଏକ ପଇସା ମଧ୍ୟ ପାଆନ୍ତି ନାହିଁ ।

ନିକଟରେ ନେହା ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, "ବଲିଉଡରେ ଗୀତ ଗାଇବା ପାଇଁ ଆମକୁ ଟଙ୍କା ମିଳେନାହିଁ । ପ୍ରକୃତରେ କଣ ଘଟେ ଯେ, ସେମାନେ ଭାବନ୍ତି ଯଦି ଏକ ସୁପର ହିଟ ଗୀତ ଆସେ, ତେବେ ଗାୟକମାନେ ସୋ ମାଧ୍ୟମରେ ରୋଜଗାର କରିବେ ।

ଏହି ବିଷୟରେ କଥାବାର୍ତ୍ତା କରି ଆଦିତ୍ୟ ଆଇ.ଏନ.ଏସ କୁ କହିଛନ୍ତି ଯେ, "ବଲିଉଡରେ ଗୀତ ଗାଇବା ଆମକୁ ଗୋଟିଏ ପଇସା ମଧ୍ୟ ମିଳୁନାହିଁ । ଲାଗୁଛି ଯେମିତି କି ସେମାନେ ଆମକୁ ଏକ ଗୀତ ଗାଇବାକୁ ଡାକି ଆମ ଉପରେ ଦୟା ଦେଖାଉଛନ୍ତି । ମୋତେ ବଲିଉଡରେ ମାଗଣାରେ ଗୀତ ଗାୟିବା ପସନ୍ଦ ନୁହେଁ । ଏହା ମୋର ସମସ୍ୟା ।

ଆଦିତ୍ୟ ଆହୁରି କହିଛନ୍ତି ଯେ, ବର୍ତ୍ତମାନ କଥା ହେଉଛି କି, ବଲିଉଡରେ ଗୀତ ଗାଇଲେ ଆପଣଙ୍କୁ ଏକ୍ସପୋଜର ମିଳିବ । ଯଦି ମୋର ଘର ଚଳାଇବା ପାଇଁ ଏବଂ ମୋର ଆବଶ୍ୟକତା ପୂରଣ କରିବା ପାଇଁ ମୋ ପାଖରେ ଟଙ୍କା ନାହିଁ, ତେବେ ଏକ୍ସପୋଜର ସହିତ ମୁଁ କ’ଣ କରିବି? ତେଣୁ ଦୟାକରି ଶୋଷଣ କରିବା ବନ୍ଦ କରନ୍ତୁ ।

ଆଦିତ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ସଙ୍ଗୀତ ଇଣ୍ତଷ୍ଟ୍ରିରେ ଅନେକ ସମସ୍ୟା ଅଛି, ମୁଁ ଆଶା କରେ ଯେ ଆମେ ଏହାର ସମାଧାନ ବହୁତ ଶୀଘ୍ର କରିପାରିବୁ । ତେଣୁ ମୁଁ ମୋର ପିଢିକୁ ଏବଂ ଆଗାମୀ ପିଢିକୁ ସେମାନଙ୍କର ନିଜସ୍ୱ ସଙ୍ଗୀତ ପ୍ରସ୍ତୁତ କରିବାକୁ ଉତ୍ସାହିତ କରୁଛି ।

ଆଦିତ୍ୟ କହିଛନ୍ତି ଯେ ସଙ୍ଗୀତ ଇଣ୍ତଷ୍ଟ୍ରିରେ ଅନେକ ସମସ୍ୟା ରହିଛି ଏବଂ ଏଥିରୁ ବାହାରିବାର ଏକମାତ୍ର ଉପାୟ ହେଉଛି ଆମକୁ ସାହସୀ ହେବାକୁ ପଡିବ ଏବଂ ସଂଗ୍ରାମ କରିବାକୁ ପଡିବ ।

ଆଦିତ୍ୟ କହିଛନ୍ତି ଯେ, ମୁଁ ଭାବୁଛି ଏହା ସଙ୍ଗୀତ ଇଣ୍ତଷ୍ଟ୍ରିରେ ଏହା ଏକ ମହାମାରୀ ଅଟେ, ଯେଉଁଥିପାଇଁ ଆମକୁ ମିଳିତ ଭାବେ ଲଢିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.