ETV Bharat / sitara

କୋରୋନାରେ ଆଖି ବୁଜିଲେ ଫେମସ ୟୁଟ୍ୟୁବର୍ ରାହୁଲ ବୋହରା - actor-and-youtuber-rahul-vohra-died

ଏବେ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କୋରୋନା ସଂକ୍ରମିତ ଲୋକପ୍ରିୟ ୟୁଟ୍ୟୁବର୍ ରାହୁଲ ବୋହରା ଆଜି ସକାଳ ପ୍ରାୟ 6.30 ସମୟରେ ଦିଲ୍ଲୀର ଦ୍ବାରକାସ୍ଥିତ ଆୟୁଷ୍ମାନ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ହୋଇଥିଲା । ଅଧିକ ପଢନ୍ତୁ...

actor-and-youtuber-rahul-vohra-died-due-to-coronavirus
କୋରୋନାରେ ଆଖିବୁଜିଲେ ଫେମସ ୟୁଟ୍ୟୁବର୍ ରାହୁଲ ବୋହରା
author img

By

Published : May 9, 2021, 5:15 PM IST

ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଯେଉଁଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ହଜାର ହଜାର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ଏହି ଭାଇରସ ବଲିଉଡରେ ହଇଚଇ ସୃଷ୍ଟି କରିଦେଇଛି ।

actor-and-youtuber-rahul-vohra-died-due-to-coronavirus
କୋରୋନାରେ ଆଖିବୁଜିଲେ ଫେମସ ୟୁଟ୍ୟୁବର୍ ରାହୁଲ ବୋହରା

ଏବେ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । କୋରୋନା ସଂକ୍ରମିତ ଲୋକପ୍ରିୟ ୟୁଟ୍ୟୁବର୍ ରାହୁଲ ବୋହରା ଆଜି ସକାଳ ପ୍ରାୟ 6.30 ସମୟରେ ଦିଲ୍ଲୀର ଦ୍ବାରକାସ୍ଥିତ ଆୟୁଷ୍ମାନ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ରାହୁଲଙ୍କୁ ଦିଲ୍ଲୀର ତାହିରପୁରର ରାଜୀବ ଗାନ୍ଧୀ ଡାକ୍ତରଖାନାରେ 8 ଦିନ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାର ଚିକିତ୍ସାରେ ସେ ଅସନ୍ତୁଷ୍ଟ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଏକ ଭଲ ଡାକ୍ତରଖାନାରେ ଭର୍ତ୍ତି ହୋଇ ନିଜର ଭଲ ଚିକିତ୍ସା କରିବାକୁ ଚାହୁଁଥିଲେ । ଏହି ସଂପର୍କରେ ସେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଏକ ଫେସବୁକ ପୋଷ୍ଟରେ ଲେଖିଥିଲେ - "ଯଦି ମୋର ଭଲ ଚିକିତ୍ସା ହୋଇଥାନ୍ତା, ମୁଁ ବଞ୍ଚିଥାନ୍ତି, ତୁମର ଇରାହୁଲ ବୋହରା"।

ଏହି ପୋଷ୍ଟରେ ସେ ତାଙ୍କ ଡାକ୍ତରଖାନା ସହ ଜଡିତ ସମସ୍ତ ବିବରଣୀ ରଖିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

4 ମେ ରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରାହୁଲ ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ, "ମୁଁ କୋଭିଡ ପଜିଟିଭ୍ । ଆଡମିଟ୍ ଅଛି । ପ୍ରାୟ ଚାରି ଦିନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନାହିଁ । ଏମିତି କୌଣସି ଡାକ୍ତରଖାନା ଅଛି ଯେଉଁଠାରେ ଅକ୍ସିଜେନ ବେଡ ମିଳିପାରିବ ... କାରଣ ମୋର ଅକ୍ସିଜେନ ଲେବୁଲ ହ୍ରାସ ପାଇବାରେ ଲାଗିଛି ଏବଂ ଏଠାରେ କେହି ମୋର ଦ୍ବାୟିତ୍ବ ନେବା ପାଇଁ ନାହାଁନ୍ତି । "

ପ୍ରକାଶ ଥାଉ ଯେ, ରାହୁଲଙ୍କ 'ତଲାଖ', 'ପାକିସ୍ତାନ ଚଲେ ଯାଅ', 'ଓ୍ବ ହମାରେ କଭି ନେହିଁ ହୋ ସକ୍ତେ' ଭଳି ଭିଡିଓଗୁଡିକ ବହୁତ ଲୋକପ୍ରିୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.