ETV Bharat / sitara

କୁଶଲଙ୍କୁ ମୃତ୍ୟୁକୁ ନେଇ ଭାବବିହ୍ବଳ ଏକତା

author img

By

Published : Dec 30, 2019, 3:22 PM IST

ଅଭିନେତା ରୋହିତ ରାଏଙ୍କ ଦୁଃଖଭରା ପୋଷ୍ଟ ପରେ ଏବେ କୁଶଲ ପଞ୍ଜାବୀଙ୍କ ମୃ୍ତ୍ୟୁରେ ଦୁଃଖ ଜାହିର କଲେ ଏକତା କପୁର । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ତାଙ୍କ ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି ।

ekta kapoor shared emotional post
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ଛୋଟ ପରଦାର ଫେମସ ଅଭିନେତା କୁଶଲ ପଞ୍ଜାବୀଙ୍କ ମୃତ୍ୟୁ ଖବରରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା । ସହଜରେ କେହି ମଧ୍ୟ ତାଙ୍କ ମୃତ୍ୟୁକୁ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ଆତ୍ମହତ୍ୟା ଖବର ଶୁଣି ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଥିଲେ । କୁଶଲଙ୍କ ବନ୍ଧୁ ତଥା ଅଭିନେତା ରୋହିତ ରାଏ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ଜାହିର କରିବା ସହ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

ଆଉ ଏବେ ଫେମସ ନିର୍ମାତା ଏକତା କପୁର ଇନଷ୍ଟାଗ୍ରାମରେ ଇମୋଶନାଲଭରା ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଥିଲେ, ‘ବାସ ଏବେ ଜଣାପଡିଲା ଯେ ଡିପ୍ରେଶନ ପାଇଁ ଆମେ ଜଣେକୁ ହରାଇ ଦେଲୁ । ଆମେ ସମ୍ପୂର୍ଣ୍ଣ ହାରିଗଲୁ । ତୁମା ଆତ୍ମାକୁ ଶାନ୍ତି ମିଳୁ । ଆଶା କରୁଛୁ ତୁମ ଭଳି ଲୋକ ସ୍ବର୍ଗରେ ହିଁ ଥିବ । ତୁମେ ଏହି ନର୍କକୁ ପୁରା ସମୟ ଦେଇଥିଲ ।’

ପ୍ରକାଶ ଥାଉକି ଗତ 27 ତାରିଖରେ କୁଶଲ ନିଜ ଫ୍ଲାଟରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । 37 ବର୍ଷିୟ କୁଶଲଙ୍କ ଜଣେ ୟୁରୋପିୟାନ ଝିଅକୁ ବିବାହ କରିଥିଲେ । ଆଉ ତାଙ୍କର ତିନି ବର୍ଷର ପୁଅ ମଧ୍ୟ ଅଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଏକ ନୋଟ ମଧ୍ୟ ଥିଲେ । ଯାହା ପୋଲିସ ହାତରେ ଲାଗିଥିଲା । ଆଉ ସେଥିରେ ସେ ନିଜ ଆତ୍ମହତ୍ୟା ପାଇଁ କେହି ଦାୟି ନୁହନ୍ତି ବୋଲି ଲେଖିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.