ମୁମ୍ବାଇ: ରିଆଲିଟି ଶୋ ବିଗ ବସ ସିଜନ 13 ହାଉସରେ ଫେମସ ପ୍ରତିଯୋଗୀ ସେହନାଜ ଗିଲ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ଯୋଡି ସବୁବେଳେ ଚର୍ଚ୍ଚାରେ । ଦୁଇଜଣଙ୍କ ମଧ୍ୟରେ କେବେ ପ୍ରେମ ଦେଖିବାକୁ ମିଳୁଛି ତ ଆଉ କେବେ ଶତ୍ରୁତା । ଦୁଇଜଣଙ୍କ ନୋକଝୋକ ଦର୍ଶକଙ୍କ ମନ କିଣିଛି । ନିକଟରେ ସେହନାଜ ନିଜ ପ୍ରେମ ଜାହିର କରି ସିଦ୍ଧାର୍ଥଙ୍କୁ କହିଥିଲେ ଯେ ସେ ତାଙ୍କୁ ପ୍ରେମ କରୁଛନ୍ତି ।
ଖାଲି ଏତିକି ନୁହେଁ ଏହାସହ ସେ ଧମକପୂର୍ଣ୍ଣ ଅନ୍ଦାଜରେ ସିଦ୍ଧାର୍ଥଙ୍କୁ ଜଣାଇଥିଲେ ଯେ ସେ କେବଳ ତାଙ୍କର, କେହି ଯଦି ତାଙ୍କ ମଧ୍ୟରେ ଆସୁଛନ୍ତି ତାହାଲେ ସେ ସମସ୍ତଙ୍କୁ ଫାଡି ଦେବେ । ତାଙ୍କୁ ଗେମ ଜିତିବାର କୌଣସି ଇଚ୍ଛା ନାହିଁ ସେ ସିଦ୍ଧାର୍ଥଙ୍କୁ ଜିତିବାକୁ ଚାହୁଁଛନ୍ତି ।
ଇତିମଧ୍ୟରେ ସେହନାଜଙ୍କ ପିତା ସନ୍ତୋକ ସିଂଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଥିଲେ ଯେ ସିଦ୍ଧାର୍ଥ କଲର୍ସ ଚ୍ୟାନେଲର ଖାସ୍ ବ୍ୟକ୍ତି । ତାଙ୍କୁ ଶୋର ବିଜେତା କରାଯିବାର ଚେଷ୍ଟା ଚାଲିଛି ।
କଲର୍ସ ଚ୍ୟାନେଲ ସିଦ୍ଧାର୍ଥଙ୍କୁ ଶୋର ୱିନର କରିବାକୁ ଚାହୁଁଛି । କାରଣ ସେ ତାଙ୍କ ବ୍ୟକ୍ତି । ଯଦି ଶୋରେ କୌଣସି ଭେଦଭାବ ନହେବ ତେବେ ତାଙ୍କ ଝିଅ ଏହି ଶୋ ଜିତିପାରିବେ ବୋଲି କହିଛନ୍ତି ସନ୍ତୋକ ।